ଜାନୁଆରୀରେ କାର୍ଯ୍ୟକ୍ଷମ ହେବ କଳିଙ୍ଗ ଷ୍ଟୁଡ଼ିଓ
ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ ଷ୍ଟୁଡ଼ିଓ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାପରେ ଓଡ଼ିଆ ସିନେ ନିର୍ମାତା ପୁଣି କଳିଙ୍ଗ ଷ୍ଟୁଡ଼ିଓରେ ସୁଟିଂ କରିପାରିବେ। ଗୁରୁବାର ଦିନ ୭ ଜଣିଆ ବିଧାୟକ ଦଳ କମିଟି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିବା
ଜାନୁଆରୀରେ କାର୍ଯ୍ୟକ୍ଷମ ହେବ କଳିଙ୍ଗ ଷ୍ଟୁଡ଼ିଓ


ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ ଷ୍ଟୁଡ଼ିଓ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାପରେ ଓଡ଼ିଆ ସିନେ ନିର୍ମାତା ପୁଣି କଳିଙ୍ଗ ଷ୍ଟୁଡ଼ିଓରେ ସୁଟିଂ କରିପାରିବେ। ଗୁରୁବାର ଦିନ ୭ ଜଣିଆ ବିଧାୟକ ଦଳ କମିଟି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିବା ବେଳେ ଭିତିଭୂମିର ଯାଂଚ ସାଙ୍ଗକୁ ବିଭିନ୍ନ ଆଲୋଚନା କରିଥିଲେ। ଏହି କମିଟିରେ ଚେୟାରମ୍ୟାନ ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ସମେତ ଛବି ମଲ୍ଲିକ, ଅରବିନ୍ଦ ମହାପାତ୍ର, ଲକ୍ଷ୍ମଣ ବାଗ, ପ୍ରତାପ ଚନ୍ଦ୍ର ପ୍ରଧାନ, ରୂପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗମାଙ୍ଗ ପ୍ରମୁଖ କଳିଙ୍ଗ ଷ୍ଟୁଡ଼ିଓର କାର୍ଯ୍ୟସମୀକ୍ଷା କରିଛନ୍ତି। ପରିଦର୍ଶନ କରି କମିଟି ଚେୟାରମ୍ୟାନ ଦୁଷ୍ମନ୍ତ ସ୍ୱାଇଁ କହିଛନ୍ତି ଖୁବ ଶୀଘ୍ର ଷ୍ଟୁଡିଓ କିଭଳି କାର୍ଯ୍ୟକ୍ଷମ ହେବ ଏ ଦିଗରେ ସରକାର ସମସ୍ତ ଚେଷ୍ଟା କରୁଛନ୍ତି । ଜାନୁଆରୀ ମାସ ସୁଦ୍ଧା କାମ ଶେଷ ହୋଇ ଏହା କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରଖାଯାଇଛି । ଏହା ପୂର୍ବରୁ ଜୁନ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ । ଏକ ସ୍ୱତନ୍ତ୍ର ଡିପିଆର ପ୍ରସ୍ତୁତ କରିବା ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande