ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ: ଓଡ଼ିଶା ପୋଲିସକୁ ୫ ପଦକ
ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ୧୪ ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସର ୩ ଜଣ ଯୁବ କ୍ରୀଡ଼ାବିତ (୨ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପଦକ) ବିଜୟୀ ହୋଇ ରାଜ୍ୟ ପୋଲିସକୁ ଗୌରବାନ୍ୱିତ କରିଛନ୍ତି। ଓଆଇଏସଏଫ୍‌, ଭୁବନେଶ୍ୱରରେ କ
ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ: ଓଡ଼ିଶା ପୋଲିସକୁ ୫ ପଦକ


ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ୧୪ ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସର ୩ ଜଣ ଯୁବ କ୍ରୀଡ଼ାବିତ (୨ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପଦକ) ବିଜୟୀ ହୋଇ ରାଜ୍ୟ ପୋଲିସକୁ ଗୌରବାନ୍ୱିତ କରିଛନ୍ତି।

ଓଆଇଏସଏଫ୍‌, ଭୁବନେଶ୍ୱରରେ କାର୍ଯ୍ୟରତ କନଷ୍ଟେବଳ ବର୍ଷା ନାଥ ଭୋଭିନାମ ମାର୍ସଲ ଆର୍ଟ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି କନଷ୍ଟେବଳ ବିଶ୍ୱଜିତ ରାଉତ ୮୧ କେଜି ବର୍ଗରୁ ଅଧିକ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ବରିଷ୍ଠ ବିଭାଗରେ ୧ଟି ସ୍ୱର୍ଣ୍ଣ ଏବଂ ଅସି ଚାଳନା ବିଭାଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। କନଷ୍ଟେବଳ ଦିବ୍ୟରଞ୍ଜନ ଦଳାଇ ୯୫ କେଜି ରୁ ଅଧିକ ବର୍ଗ ଭୋଭିନାମ ମାର୍ସଲ ଆର୍ଟ ସିନିଅର ବିଭାଗରେ ୧ଟି ରୌପ୍ୟ ଏବଂ କାଟା ( କରାଟେ)ରେ ୧ଟି ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଂଟ ସ୍ଥାପନ କରିଛନ୍ତି।

କ୍ରୀଡ଼ାବିତଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande