ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.)
- ପ୍ରଥମଥର ପାଇଁ ତିନୋଟି ସେନା ବିଭାଗର ମହିଳା ଅଧିକାରୀମାନେ ଅଂଶଗ୍ରହଣ
କରୁଥିବା ଜଳଯାତ୍ରା ‘ସମୁଦ୍ର ପ୍ରଦକ୍ଷିଣା’
ଗୁରୁବାର
ମୁମ୍ବାଇରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ 10 ଜଣ ମହିଳା ଅଧିକାରୀ ଗୋଟିଏ ସ୍ୱଦେଶୀ ନୌକା ପୋତତ୍ରିବେଣୀରେ
ବସି, ଆଗାମୀ 9 ମାସରେ ପ୍ରାୟ 26,000 ସମୁଦ୍ର ମିଲ ଯାତ୍ରା କରିବେ। ପ୍ରତିରକ୍ଷାମନ୍ତ୍ରୀ
ରାଜନାଥ ସିଂହ ଏହି ନୌକା ଅଭିଯାନକୁ ଭିସି ମାଧ୍ୟମରେ ସବୁଜ ପତାକା ଦେଖାଇ ମୁମ୍ବାଇର ଗେଟୱେ ଅଫ୍
ଇଣ୍ଡିଆରୁ ପ୍ରସ୍ଥାନ କରାଇଥିଲେ। ସେ ଏହି ଯାତ୍ରାକୁ ନାରୀ ଶକ୍ତି,
ସଶସ୍ତ୍ର
ବାହିନୀର ଏକତା, ଆତ୍ମନିର୍ଭର ଭାରତ, ଓ ଭାରତର ସେନା କୂଟନୀତି
ଏବଂ ଜାଗତିକ ଭାବଧାରାର ଜ୍ୱଳନ୍ତ ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ନାରୀ ଶକ୍ତି ଓ
ବିକାଶଶୀଳ ଭାରତର ଦୃଷ୍ଟିକୋଣକୁ ସ୍ମରଣ କରି, ସେ ଦିଲ୍ଲୀର ସାଉଥ୍ ବ୍ଲକରୁ
ତାଙ୍କର ବକ୍ତବ୍ୟରେ କହିଥିଛନ୍ତି ଯେ – ଏହି ଅଭିଯାନ ସମୟରେ ମହିଳା ଅଧିକାରୀମାନେ
ଅନେକ ଚ୍ୟାଲେଞ୍ଜ୍ ସାମ୍ନା କରିପାରନ୍ତି, କିନ୍ତୁ ସେମାନଙ୍କ ଦୃଢ଼ ସଂକଳ୍ପର ଆଲୋକ
ଅନ୍ଧକାରକୁ ଭେଦି ଆଗକୁ ବଢ଼ିବ। ସେ କହିଛନ୍ତି – ସେମାନେ ନିଶ୍ଚିତ ଭାବରେ
ସୁରକ୍ଷିତ ଭାବରେ ଘରକୁ ଫେରିବେ ଓ ବିଶ୍ୱକୁ ଏହି ପ୍ରମାଣ ଦେଖାଇବେ ଯେ ଭାରତୀୟ ମହିଳାମାନଙ୍କର ପରାକ୍ରମ
କୌଣସି ସୀମାରୁ ବାହାରେ ଅଟେ ।
ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଆସନ୍ତା ୯ ମାସ ମଧ୍ୟରେ ୧୦ ଜଣୀ ମହିଳା
ଅଧିକାରୀ ସ୍ୱଦେଶୀ ଭାବେ ତିଆରି ହୋଇଥିବା ଭାରତୀୟ ସେନାର ନୌକା ପୋତ ତ୍ରିବେଣୀରେ ବସି,
ପୂର୍ବ
ନୌକାମାର୍ଗ ଦ୍ୱାରା ପ୍ରାୟ 26,000 ସମୁଦ୍ର ମିଲ ଯାତ୍ରା କରିବେ। ଏହି ଯାତ୍ରା ସମୟରେ ସେମାନେ
ଦୁଇଥର ଭୂମଧ୍ୟ ରେଖାକୁ ଅତିକ୍ରମ କରିବେ ଓ ତିନିଟି ପ୍ରସିଦ୍ଧ ମହାନ ଅନ୍ତରୀପ –କେପ୍ ଲ୍ୟୁଉଇନ୍, କେପ
ହର୍ଣ୍ଣ ଓ କେପ ଗୁଡ୍ ହୋପର ଚକ୍କର କାଟିବେ ।
ଏହି ସମୟରେ ସେମାନେ ସମସ୍ତ ପ୍ରମୁଖ ମହାସାଗର, ଦକ୍ଷିଣ ମହାସାଗର ଏବଂ
ଡ୍ରେକ୍ ପାସେଜ୍ ସହିତ କିଛି ସବୁଠୁ ଭୟଙ୍କର ଜଳପଥ ଅଞ୍ଚଳକୁ ପାର୍ କରିବେ । ମଇ,
2026
ରେ ମୁମ୍ବାଇ ଫେରିବା ପୂର୍ବରୁ ଏହି ଦଳ ଚାରିଟି ଅନ୍ତର୍ଜାତୀୟ ବନ୍ଦରର ମଧ୍ୟ ଗସ୍ତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା