ଆମେରିକାରେ ଟ୍ରମ୍ପଙ୍କ ନିକଟତମ ଚାର୍ଲି କିର୍କଙ୍କ ହତ୍ୟା, ଦୋହଲିଗଲା ଦେଶ, ହ୍ୱାଇଟ ହାଉସରେ ପତାକା ଅର୍ଦ୍ଧନମିତ
ୱାଶିଂଟନ, 11 ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଦକ୍ଷିଣପନ୍ଥୀ ଯୁବ କାର୍ଯ୍ୟକର୍ତ୍ତା ଚାର୍ଲି କିର୍କଙ୍କ ହତ୍ୟା ଦେଶକୁ ଦୋହଲାଇ ଦେଇଛି । ଦଳୀୟ ଭାବନାରୁ ଉପରକୁ ଉଠି ଶୋକରେ ବୁଡ଼ିଥିବା ଦେଶରେ ପୁଣିଥରେ ଗୁଳି ହିଂସା ବ
ଆମେରିକାରେ ଟ୍ରମ୍ପଙ୍କ     ନିକଟତମ ଚାର୍ଲି କିର୍କଙ୍କ ହତ୍ୟା, ଦୋହଲିଗଲା ଦେଶ, ହ୍ୱାଇଟ ହାଉସରେ ପତାକା ଅର୍ଦ୍ଧନମିତ


ୱାଶିଂଟନ, 11 ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରପତି

ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଦକ୍ଷିଣପନ୍ଥୀ ଯୁବ କାର୍ଯ୍ୟକର୍ତ୍ତା ଚାର୍ଲି

କିର୍କଙ୍କ ହତ୍ୟା ଦେଶକୁ ଦୋହଲାଇ ଦେଇଛି । ଦଳୀୟ ଭାବନାରୁ ଉପରକୁ ଉଠି ଶୋକରେ ବୁଡ଼ିଥିବା

ଦେଶରେ ପୁଣିଥରେ ଗୁଳି ହିଂସା ବିରୋଧରେ ସ୍ୱର ଉଠିବା ଆରମ୍ଭ ହୋଇଛି। କିଛି ଲୋକ ଏହାକୁ

ରାଜନୈତିକ ହତ୍ୟା ବୋଲି କହୁଛନ୍ତି।

ଚାର୍ଲି କିର୍କଙ୍କୁ ବୁଧବାର

ଦ୍ୱିପ୍ରହର ୟୁଟା ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଟର୍ନିଂ ପଏଣ୍ଟ ୟୁଏସଏ କାର୍ଯ୍ୟକ୍ରମ

ସମୟରେ ଗୁଳି କରାଯାଇଥିଲା। ରକ୍ତରେ ଜୁଡୁବୁଡୁ ଚାର୍ଲିଙ୍କୁ ବଞ୍ଚାଯାଇପାରିନି । ହସ୍ପିଟାଲକୁ

ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୁକ୍ତରାଷ୍ଟ୍ର ଅମେରିକାର

ଛୋଟ ବଡ଼ ସମସ୍ତ ସୂଚନା ଓ ସଞ୍ଚାର ମାଧ୍ୟମରେ ଚାର୍ଲି କିର୍କଙ୍କ ମୃତ୍ୟୁକୁ ବଡ଼ ଗୁରୁତ୍ୱ

ଦିଆଯାଇଛି। ଦ ନ୍ୟୁୟର୍କ ଟାଇମ୍ସ ଓ ଏନ୍‌ବିସି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଚାର୍ଲିଙ୍କ ମୃତ୍ୟୁ ସମ୍ବନ୍ଧୀୟ ସୂଚନା ମିଳିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପ ଆବାକ୍

ହୋଇଯାଇଥିଲେ।

ସମ୍ପୂର୍ଣ୍ଣ ତଦନ୍ତ ପରେ ସେ ଦ୍ୱିପ୍ରହର

ପରେ ଟ୍ରୁଥ ସୋସିଆଲ୍ ମାଧ୍ୟମରେ ତାଙ୍କ ଦେହାନ୍ତ ସଂପର୍କରେ ସୂଚନା ଦେଇଥିଲେ। ଟ୍ରମ୍ପ

ଚାର୍ଲିଙ୍କୁ ମହାନ ଭାବେ ବର୍ଣ୍ଣନା କରି ଲେଖିଛନ୍ତି ଯେ, ଆମେରିକାରେ ଯୁବକମାନେ କ’ଣ ଚାହାନ୍ତି ଏହି କଥା ଚାର୍ଲିଙ୍କ ଠାରୁ ଭଲରେ କେହି ବୁଝିପାରୁନଥିଲେ। ସମସ୍ତେ ତାଙ୍କୁ

ଭଲପାଉଥିଲେ।

ସେ କହିଛନ୍ତି ଯେ ସେ କେବେ

ବି ଚାର୍ଲିଙ୍କୁ ଭୁଲିପାରିବେ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande