ଅରରିୟା, ୧୨ ସେପ୍ଟେମ୍ବର (ହି.ସ.)- ନେପାଳରେ ଜେନ ଜି ର ପ୍ରଦର୍ଶନ ଏବଂ ବିଦ୍ରୋହ ପରେ, ଭାରତ-ନେପାଳର ସୁରକ୍ଷା ବୃଦ୍ଧି କରାଯାଇଛି ।
ନେପାଳ ସୀମା ଅରରିୟା ଜିଲ୍ଲାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ । ସୀମା ସୁରକ୍ଷା ପାଇଁ ଏସଏସବିର ଯବାନଙ୍କ ସହିତ ଅରରିୟା ଜିଲ୍ଲାର ସୀମାନ୍ତ ଅଂଚଳର ଆଠଟି ଥାନାର ପୋଲିସ ପୂର୍ବରୁ ନିୟୋଜିତ ହୋଇଥିଲେ । ଏବେ ସୀମାରେ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏସଏସବି, ଅରରିୟା ଜିଲ୍ଲା ପୋଲିସ ସହିତ ବିହାର ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଅର୍ଥାତ୍ ଏସଟିଏଫକୁ ମଧ୍ୟ ନିୟୋଜିତ କରାଯାଇଛି । ଯେଉଁମାନେ କି, ଏସଏସବି ଏବଂ ଲୋକାଲ ଥାନା ପୋଲିସ ଅଧିକାରୀ ଏବଂ ଫୋର୍ସଙ୍କ ସହିତ ଭାରତ ନେପାଳ ସୀମାରେ ନିରନ୍ତର ପାଟ୍ରୋଲିଂ କରୁଛନ୍ତି ।
ନେପାଳରୁ ଭାରତରେ ପ୍ରବେଶ କରୁଥିବା ଲୋକଙ୍କୁ ସେମାନଙ୍କର ପରିଚୟପତ୍ର ଯାଂଚ୍ କରି ଏବଂ ସେମାନଙ୍କର ନାମ, ଠିକଣା ଏବଂ ଯୋଗାଯୋଗ ନମ୍ବର ଲେଖି ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଏସପି ଅଞ୍ଜନୀ କୁମାର ସିଂହ ଭାରତ-ନେପାଳ ସୀମାରେ ଏସଟିଏଫ ନିୟୋଜିତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସୀମାରେ ହାଇ ଆଲର୍ଟ ରହିଛି । ଏସଏସବିର ଯବାନମାନଙ୍କ ସହିତ ଆଠଟି ସୀମାନ୍ତ ଅଂଚଳ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ଏବଂ ଫୋର୍ସ ସୀମାନ୍ତ ଅଂଚଳରେ ନିରନ୍ତର ପାଟ୍ରୋଲିଂ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ