ଅକ୍ଷିମୁଠି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ କୃଷି ଦକ୍ଷତାବିକାଶ ସଚେତନତା କର୍ମଶାଳା
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ପଂଚାୟତସ୍ଥିତ କାନ୍ତକବି ପାଠାଗାର ପରିସରରେ ଶୁକ୍ରବାର ଅକ୍ଷିମୁଠି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ପକ୍ଷରୁ କୃଷି ଦକ୍ଷତା ବିକାଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ନିର୍ଦ୍ଦେଶକ ପ
AKHI MUTHI AGRO


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ପଂଚାୟତସ୍ଥିତ କାନ୍ତକବି ପାଠାଗାର ପରିସରରେ ଶୁକ୍ରବାର ଅକ୍ଷିମୁଠି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ପକ୍ଷରୁ କୃଷି ଦକ୍ଷତା ବିକାଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ସମିତିସଭ୍ୟ ତଥା ଆଇନଜୀବୀ ଚିନ୍ତାମଣି ଦାସ ଯୋଗଦେଇ କୃଷକମାନଙ୍କର ଦକ୍ଷତା ବୃଦ୍ଧି ହେଲେ କୃଷିର ବିକାଶ ହେବା ସଙ୍ଗେସଙ୍ଗେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ କୃଷି ଅଧିକାରୀ ରଘୁନାଥ ପତି ଯୋଗଦେଇ ଧାନଚାଷ ସହିତ ରବିଜାତୀୟ ଫସଲ ଓ କୃଷକମାନେ ପନିପରିବା ଚାଷକରି ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ କୃଷି କର୍ମଚାରୀ ଆଲୋକ କୁମାର ମଲ୍ଲିକ, ନାଟ୍ୟକାର କୃପାସିନ୍ଧୁ ଖୁଂଟିଆ ଓ ବିଶ୍ୱରଂଜନ ମହାପାତ୍ର ପ୍ରମୁଖ ଯୋଗଦେଇ କୃଷକମାନେ ନିଜନିଜ ବାଡ଼ିଘରରେ ଓଲୁଅ, ସାରୁ, ମାଟିଆଳୁ ଇତ୍ୟାଦି ଚାଷ କରି ଲାଭବାନ ହେବା ଆବଶ୍ୟକ, ସେଥିପାଇଁ କମ୍ପାନୀ ପକ୍ଷରୁ ସେମାନଙ୍କୁ ମଧ୍ୟ ସହଯୋଗ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ହରିଶ୍ଚନ୍ଦ୍ର ମିଶ୍ର, କୃଷକସାଥୀ ପ୍ରତାପ ଚନ୍ଦ୍ର ନାୟକ, ଦୈତାରି ସେଠୀ, ଜଗବନ୍ଧୁ ମିଶ୍ର, ନିରୁପମା ରାୟମହାପାତ୍ର, ରମେଶ ମହାପାତ୍ର, ପ୍ରିୟମ୍ବଦା ପତି, ହରିହର ବାରିକ, ଜଗବନ୍ଧୁ ନାୟକ, ସୋମନାଥ ଶୁକ୍ଳ, ସେବତୀ ପଣ୍ଡା, ଗୌରହରି ଜେନା, ମନ୍ଦୋଦରୀ ପଣ୍ଡା, ମାନସ କୁମାର ନାୟକ, ପ୍ରଫୁଲ୍ଲ ସାହୁ, ବିକାଶ ମହାପାତ୍ର, ନାରାୟଣ ମହାନ୍ତି, ସରୋଜ ତ୍ରିପାଠୀ, ପୀତବାସ ପୁହାଣ, ଜୟଶ୍ରୀ ଜେନା, ଚନ୍ଦ୍ରକାନ୍ତ ମିଶ୍ର ପ୍ରମୁଖଙ୍କ ସମେତ ବହୁ ଚାଷୀ କର୍ମଶାଳାରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande