ଆଇନ୍ ଆଗରେ ସମସ୍ତେ ସମାନ, ନିୟମ ଭାଙ୍ଗିଥିବାମାନଙ୍କ ଉପରେ ହେବ ଶକ୍ତ କାର୍ଯ୍ୟାନୁଷ୍ଠାନ- ମୋହନ ଯାଦବ ବିଶ୍ୱ ହିନ୍ଦୁ ପରିଷଦର ଅଖିଳ ଭାରତୀୟ ଲିଗାଲ୍ ସେଲ୍‌ର ଦୁଇଦିନିଆ ଅଧିବେଶନ ଆରମ୍ଭ
ଇନ୍ଦୋର, ୧୩ ସେପ୍ଟେମ୍ବର(ହି.ସ.) – ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ କହିଛନ୍ତି ଯେ ଭାରତର ପରିବର୍ତିତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଏବଂ ତିନି ତଲାକ୍ ଉପରେ ପ୍ରତିବନ୍ଧ ପରି କେତେକ ଐତିହାସିକ ନିଷ୍ପତିର ସାକ୍ଷୀ ହୋଇଛି। ଆମେ ମଧ୍ୟ ର
ଆଇନ୍ ଆଗରେ ସମସ୍ତେ ସମାନ, ନିୟମ ଭାଙ୍ଗିଥିବାମାନଙ୍କ ଉପରେ ହେବ ଶକ୍ତ କାର୍ଯ୍ୟାନୁଷ୍ଠାନ- ମୋହନ ଯାଦବ ବିଶ୍ୱ ହିନ୍ଦୁ ପରିଷଦର ଅଖିଳ ଭାରତୀୟ ଲିଗାଲ୍ ସେଲ୍‌ର ଦୁଇଦିନିଆ ଅଧିବେଶନ ଆରମ୍ଭ


ଇନ୍ଦୋର, ୧୩ ସେପ୍ଟେମ୍ବର(ହି.ସ.) – ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ କହିଛନ୍ତି ଯେ ଭାରତର ପରିବର୍ତିତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଏବଂ ତିନି ତଲାକ୍ ଉପରେ ପ୍ରତିବନ୍ଧ ପରି କେତେକ ଐତିହାସିକ ନିଷ୍ପତିର ସାକ୍ଷୀ ହୋଇଛି। ଆମେ ମଧ୍ୟ ରାଜ୍ୟରେ ଲବ ଜିହାଦ, ଖୋଲାଜାଗାରେ ମାଂସ ବିକ୍ରୟ ଏବଂ ଲାଉଡସ୍ପିକର ଆଦି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛୁ। ଆମ ପାଇଁ ମାନବ କଲ୍ୟାଣ ଏବଂ ରାଜ୍ୟର ବିକାଶ ସବୁଠାରୁ ଆଗରେ।

ଏହି କଥା ମୁଖ୍ୟମନ୍ତ୍ରୀ ଡା. ଯାଦବ ଶନିବାର ଦିନ ଇନ୍ଦୋରରେ ବିଶ୍ୱ ହିନ୍ଦୁ ପରିଷଦର ଅଖିଳ ଭାରତୀୟ ଲିଗାଲ୍ ସେଲ୍‌ର ଦୁଇଦିନିଆ ଅଧିବେଶନ ଅବସରରେ କହିଛନ୍ତି। ଏହି ଆୟୋଜନର ଶୁଭାରମ୍ଭରେ ତାଙ୍କ ସହିତ ସ୍ୱାମୀ ଜିତେନ୍ଦ୍ରାନନ୍ଦ ମହାରାଜ, କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ଏବଂ ପୂର୍ବ ଜଷ୍ଟିସ୍ ବିଏସ୍ କୋକଜେ, ଆଲୋକ କୁମାର ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଡା. ଯାଦବ ଏଠାରେ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ମଧ୍ୟପ୍ରଦେଶରେ ଆଇନ୍ ସମସ୍ତଙ୍କ ପାଇଁ ସମାନ ଏବଂ ନିୟମକୁ ଭାଙ୍ଗୁଥିବାମାନଙ୍କ ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ କରୁଛି। ସେ କହିଛନ୍ତି ଯେ ଆମ ସରକାର ରାଜ୍ୟରେ ମାଛ ହୁଅନ୍ତୁ ବା କୁମ୍ଭୀର , ସମସ୍ତଙ୍କୁ ଉଚିତ୍ ଦଣ୍ଡ ଦେଇଛନ୍ତି। ଆଇନ୍‌ର ପାଳନ କରିବା ସମସ୍ତ ନାଗରିକଙ୍କ ଦାୟିତ୍ୱ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande