ବରିଷ୍ଠ ନାଗରିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି ବାବୁ କହୁଛନ୍ତି କିଛି ହେବନି ଆଜ୍ଞା ଚିନ୍ତା କରନ୍ତୁନି
ବରିଷ୍ଠ ନାଗରୀକ ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି ବାବୁ କହୁଛନ୍ତି କିଛି ହେବନି ଆଗ୍ୟାଂ ଚିନ୍ତା କରନ୍ତୁନି
ବରିଷ୍ଠ ନାଗରିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି ବାବୁ କହୁଛନ୍ତି କିଛି ହେବନି ଆଜ୍ଞା ଚିନ୍ତା କରନ୍ତୁନି


ରାଉରକେଲା,୧୩ ସେପ୍ଟେମ୍ବର (ହି.ସ.)- ରାଉରକେଲା ସହରର ଜଣେ ବରିଷ୍ଠ ନାଗରିକ ତଥା ବିଭିନ୍ନ ସଙ୍ଗଠନ ସହ ସଂପୃକ୍ତ ଜଣେ ବ୍ୟକ୍ତି ଯିଏକି ଓଡିଆ ଅସ୍ମିତା ଲାଗି ଲଢେଇ କରୁଥିବା ବେଳେ କିଛି ମିଡିଆ ବୋଲି ନିଜକୁ ପରିଚୟ ଦେଉଥିବା ବ୍ୟକ୍ତି ତାଙ୍କୁ ବାଇଟ ମାଗିବାରୁ ଉଭୟଙ୍କ ଭିତରେ ଖରାପ ଭାଷାରେ ଗାଳି ଗୁଲଜ ହେବା ମାମଲାରେ ମିଡିଆ କହୁଥିବା ଲୋକେ ଥାନାରେ ମାମଲା କରିଥିଲେ। ପୁଲିସ ମଧ୍ୟ ନାନା ଦଫା ଲଗାଇ ମାମଲା ରୁଜୁ କରିଥିଲା। ତେବେ ଏହି ମାମଲାରେ ଜଣେ ପୁଲିସ ମୁଖିଆ ବରିଷ୍ଠ ନାଗରିକଙ୍କୁ ଫୋନ କରି କହିଛନ୍ତି ଯେ, ଏଥିରେ କିଛି ହେବନି ଆଜ୍ଞା ଆପଣ ନିଶ୍ଚିନ୍ତ ରୁହନ୍ତୁ । ଏଭଳି ଡବଲ କ୍ୟାରେକ୍ଟର ପୁଲିସ ବିଭାଗର ପାରିବା ପଣିଆ ଓ ସେ ବାବୁଙ୍କର ସବୁ ଦିଗକୁ ଲକ୍ଷ୍ୟ ନକରି କାମ କରିବାର ଅଭ୍ୟାସ ପଦାକୁ ଆଣିଛି ବୋଲି ଆଲୋଚନା ଚାଲିଛି । ଘଟଣା ରାଉରକେଲା ସହରର ଭଂଜଭବନ ପରିସରର କଥା ।୧୨ତାରିଖ ଦିନ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଜବରଦଖଲ ହୋଇଥିବା ଭଂଜଭବନକୁ ଖାଲି କରିବାକୁ ଆରଏସପି ଯାଇଥିବା ବେଳେ ସେଠାରେ ଓଡିଆ ଅସ୍ମିତାକୁ ନେଇ କାମ କରୁଥିବା ଲୋକେ ପହଁଚି ଏହାକୁ ବିରୋଧ କରିଥିଲେ, ତେବେ ସେହି ସମୟରେ କିଛି କ୍ୟାମେରାମ୍ୟାନ ଓ ବୁମ ଧରିଥିବା ଲୋକେ ସେଠାରେ ପହଁଚିଥିଲେ, ଏହି ଘଟଣାକୁ ପାଟି କରି ବିରୋଧ କରୁଥିବା ଦିଲ୍ଲୀପ ପଟ୍ଟନାୟକ ବରିଷ୍ଠ ନାଗରିକଙ୍କୁ କିଛି ବ୍ୟକ୍ତି ପ୍ରତିକ୍ରିୟା ମାଗିଥିଲେ, ସେ ପ୍ରତିକ୍ରିୟା ନଦେଇ ଆରଏସପିକୁ ମାଗ, ମୁଁ କିଛି କହିବିନି, ମିଡିଆ ମରିଯାଉ ବୋଲି କହିବା ସହ ଦୁଇ ଅକ୍ଷର ବ୍ୟବହାର କରି ମିଡିଆକୁ ଗାଳି ଦେଇଥିଲେ ବୋଲି ସେ ସମୟରେ ହୋଇଥିବା ଭିଡିଓରୁ ଜଣାପଡୁଛି । ତେବେ ବରିଷ୍ଠ ନାଗରିକ ଜଣକ ଗାଳିଦେବା ପରେ ଅନ୍ୟ କିଛି ଲୋକ ମଧ୍ୟ ଅପରପକ୍ଷରୁ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ବ୍ୟବହାର କରୁଥିବା ଭିଡିଓରୁ ଶୁଣା ଯାଉଛି । ଏହି ଘଟଣାକୁ ନେଇ ମିଡିଆ ପରିଚୟ ଦେଉଥିବା ଲୋକ ମାନେ ସେକ୍ଟର -୭ ଥାନାରେ ପହଁଚି ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ କରିବାରୁ ପୁଲିସ ଡିଏନଏସଧାରା ୧୨୬(୨),୨୯୬(ଏ)୩୫୧(ଏ)୩୪୧(୨)୨,୩ଆର/ଏସ//୩/୨ଭିଆଇ) ଅନୁଯାଇ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ପରେ ଏହି ଘଟଣାକୁ ନେଇ ମିଡିଆର କିଛି ଲୋକେ ମନ୍ତ୍ରୀ ଜୁଏଲଙ୍କୁ ଭେଟିବାକୁ ଯାଇଥିଲେ ବି ଭେଟ ହୋଇପାରିନଥିବା ଜଣାପଡିଛି । ତେବେ ପୁଲିସ ଆଇନକୁ ଜାଣିଥିବା ଲୋକ କହିବା କଥା ଉଭୟ ପକ୍ଷ ତ ଆଗ ପଛ ହୋଇ ଗାଳିଗୁଲଜ ହେଲେ, ଗୋଟିଏ ଗୃପ ଥାନାକୁ ଗଲେ ବୋଲି ମାମଲା ହେଲା, ଅନ୍ୟ ପକ୍ଷ ଏହି ଘଟଣା ପରେ ଅସୁସ୍ଥତା ଅନୁଭବ କରି ବାହାରକୁ ଯାଇପାରିଲେ ନାହିଁ କି କିଛି କହିପାରିଲେ ନାହିଁ। ଏହି ଯାଗାରେ ପୁଲିସ ତା'ର ଧର୍ମ ପାଳନ ଠିକ କଲା ତ ବୋଲି ପ୍ରଶ୍ନ ହେଉଛି । ମାମଲାରେ ଛନ୍ଦି ହୋଇଥିବା ଦିଲୀପ ପଟ୍ଟନାୟକ ଜଣେ ପୁରୁଣା ବ୍ୟକ୍ତି ଭାବେ ରାଉରକେଲାରେ ପରିଚିତ। ତାଙ୍କୁ ପ୍ରାୟ ସମସ୍ତ ନେତା ଜାଣନ୍ତି ଓ ମନ୍ତ୍ରୀ ଜୁଏଲ ମଧ୍ୟ ଜାଣନ୍ତି । ଏହି ଯାଗାରେ ପୁଲିସ ବିଭାଗର ବଡ ବାବୁ ସେହି ବରିଷ୍ଠ ନାଗରିକ ଜଣଙ୍କୁ ଫୋନ କରି କହିଛନ୍ତି ଏଥିରେ କିଛି ନାହିଁ ଆଜ୍ଞା ସବୁ ଠିକ ହୋଇଜିବ । ଏହି ଯାଗାରେ ବିଚାର କରାଯାଉ ସେ ପୁଲିସ ବାବୁ ଙ୍କର କିଭଳି ଚରିତ୍ର ସେ କରୁଛନ୍ତି କଣ ? ଏଭଳି ଡବଲ କ୍ୟାରେକ୍ଟର କାହିଁକି ବୋଲି ପ୍ରଶ୍ନ ହେଲାଣି । ସେପଟେ ଦିଲ୍ଲିପ ପଟ୍ଟନାୟକ କହିଛନ୍ତି ମୁଁ ସେ ସଙ୍ଗଠନର କିଛି ନୁହେଁ କେବଳ ସଦସ୍ୟ, ନିୟମ ଅନୁଶାରେ ସଙ୍ଗଠନର ସଭାପତି ସଂପାଦକ ବାଇଟ ମିଡିଆକୁ ଦେବା କଥା, ଏ କଥା ସଠିକ ମିଡିଆ ବାଲା ହିଁ ବୁଝିପାରିବେ। ମୁଁ ଓଡିଆ ଅସ୍ମିତାକୁ ନେଇ କହୁଥିଲି, ଯଦି କହୁଥିଲି ମୁଁ ବାଇଟ ଦେବାକୁ ବାଧ୍ୟ କି ? ଏହା ବରିଷ୍ଠ ମିଡିଆ ବାଲାଙ୍କୁ ପଚରାଯାଉ ସେମାନେ ତା'ର ଉତର ଦେବେ । ମୋତେ କିଛି ମିଡିଆ ପରିଚୟ ଦେଉଥିବା ଲୋକେ ବିରକ୍ତ କରିବାରୁ ମୁଁ କିଛି କହିଥିବି ମୋର ମନେ ନାହିଁ । ତା' ଛଡା ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଡିଆ ବୋଲି ପରିଚୟ ଦେଉଥିବା ଓ ମୋ ବିରୋଧରେ ମାମଲା କରିଥିବା ଲୋକ ମାନଙ୍କ ସଂପର୍କରେ ମଧ୍ୟ ତଦନ୍ତ ହେବା ଦରକାର। କାରଣ ମିଡିଆ କହି ରାଉରକେଲାରେ ଅନେକ ବ୍ୟକ୍ତି ବହୁତ ଅପରାଧ ଘଟାଇଛନ୍ତି ଓ ଘଟାଉଛନ୍ତି ମଧ୍ୟ, ପୂର୍ବ ଏସପି ମାନଙ୍କ ସମୟରେ ଏହିଭଳି ମିଡିଆ କହି କିଛି ବୁମ କ୍ୟାମେରା ବାଲା ଲୋକଙ୍କୁ ଲୁଟୁଥିବା ଖବର ପାଇ ସେମାନଙ୍କୁ ଏସପି ବାନ୍ଧିଥିବା ଉଦାହରଣ ମଧ୍ୟ ରହିଛି । ମିଡିଆ ପରିଚୟ ଦେଇ ବହୁ ଅପରାଧ କରି କିଛି ବାବୁ ଏବେ ବି ସହରରେ ବୁମ ଧରି ବୁଲୁଛନ୍ତି । ତେଣୁ ଏହି ବ୍ୟକ୍ତି ମାନେ କେଉଁ ମିଡିଆର, ତାଙ୍କ ପରିଚୟ ପତ୍ର, ଚିଠି ଅଛି କି ନାହିଁ, ଯଦି ଅଛି ତାହା କେତେ ଠିକ, ସେମାନେ ଦରମା ପାଆନ୍ତି ନା ମାଗଣା କାମ କରନ୍ତି, ସେମାନଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା କେତେ ଦୂର ଠିକ ସେ ବିଷୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭାଗୀୟ ଅଧିକାରୀ ତଦନ୍ତ କରିବା ଦରକାର । ଅନ୍ୟପକ୍ଷରେ ସହରରେ ଅନେକ ମିଡିଆ ସଙ୍ଗଠନ ରହିଛି ସେମାନଙ୍କୁ ମଧ୍ୟ ପଚରା ଯାଉ ଏମାନେ କେଉଁ ସଂସ୍ଥାର, ସେହି ରିପୋର୍ଟକୁ ଆଧାର କରି ଶ୍ରମ ବିଭାଗ ମଧ୍ୟ ଏନେଇ ମାଲିକ ମାନଙ୍କୁ ଡାକି ସବୁ ଦିଗକୁ ଯାଂଚ କରିବା ଦରକାର । ମୋର ମିଡିଆ ପ୍ରତି ସମ୍ମାନ ରହିଛି, ମିଡିଆ ଏଭଳି ଯାଗାରେ ସବୁ ଶୁଣି ତା' କାମ କରେ କିନ୍ତୁ ମିଡିଆ ପରିଚୟ ଦେଇ ମୋତେ ଗାଳି ଗୁଲଜ କରି ମୋତେ ଆଘାତ ଦେଇ ଯଦି ଥାନାକୁ ଯାଏ ତେବେ ଏମାନେ କିଏ ? ବିରୋଧୀ ଦଳର ଲୋକେ ନା ପ୍ରକୃତରେ ମିଡିଆ ତା'ର ତଦନ୍ତ କରାଯାଉ । ମୁଁ ଜଣେ ବୟସ୍କ ଲୋକ ମୋର ଯଦି ଏହି ଆଘାତରେ କିଛି ହୋଇଗଲା ତେବେ ସେହି ବ୍ୟକ୍ତି ମାନେ ଏଥିଲାଗି ଦାୟୀ ରହିବେ ବୋଲି ସେ କହିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ମିଡିଆକୁ ନେଇ ନାନା କଥା ଉଠିବା ସହ ଏହାକୁ ଅନେକ ନାପସନ୍ଦ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande