ପାଟନା, ୧୩ ସେପ୍ଟେମ୍ବର (ହି.ସ.) – ଗତ କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ଏକ ଭୋଟ ଅଧିକାର ଯାତ୍ରା ବାହାର କରିଥିଲେ । ଏହି ଯାତ୍ରା ସମୟରେ କଂଗ୍ରେସ-ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ) ମକ୍ଟକ୍ଟ୍ରର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କୁ ଦୁର୍ବବ୍ୟବହାର କରାଯାଇଥିଲା, ଯାହାର ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଏହି ବିବଦ ମଧ୍ୟରେ କଂଗ୍ରେସ ସୋସିଆଲ ମିଡ଼ିଆରେ ଏକ ଏଆଇ ଜେନେରେଟେଡ଼ ଭିଡ଼ିଓ ସେୟାର କରିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସ୍ୱାଗତ ମାଆଙ୍କ ମଧ୍ୟରେ ଏକ କାଳ୍ପନିକ କଥାବାର୍ତା ଦେଖାଯାଉଛି । କଂଗ୍ରେସ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓକୁ ବିଜେପି କଡ଼ା ଆକ୍ରମଣ କରିଛି । ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ପାଟନାର ଏକ ଦୈନିକ ଖବରକାଗଜର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କୁ କଂଗ୍ରେସ ମଂଚ ପୂର୍ବରୁ ଦୁର୍ବବ୍ୟବହାର କରାଯାଇଥିଲା ଏବଂ ଗତକାଲି କଂଗ୍ରେସର ଭିଡ଼ିଓ ସାମନାକୁ ଆସିଥିଲା । ଏହା ସେମାନଙ୍କର ଚିନ୍ତାଧାରା କେତେ ମଇଳା ତାହାର ପ୍ରମାଣ । ଜେପି ନଡ଼ା କହିଛନ୍ତି ଯେ, ଏହି ଲୋକମାନେ ରାଜନୀତିକୁ କିପରି ଅପମାନିତ କରୁଛନ୍ତି । ବିହାରର ଭୂମି ଏହାର ସାକ୍ଷୀ । ବିହାରର ଲୋକମାନେ ଏହାର ଉଚିତ ଜବାବ ଦେବେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ