ବୋର୍ଡା ଜନତା ହାଇସ୍କୁଲ ଠାରେ ମିଲକି ଅଞ୍ଚଳର ଦେବୀ ମା ଡୁକୁରି ବୁଢ଼ୀଙ୍କ ଛତର ଯାତ୍ରାର ପ୍ରସ୍ତୁତି ବୈଠକ
ଭବାନୀପାଟଣା, ୧୩ ସେପ୍ଟେମ୍ବର (ହି.ସ.)- ଆଜି ବୋର୍ଡ଼l ମିଲକି ଅଂଚଳର ମା ଡୁକୁରି ବୁଢ଼ୀଙ୍କ ଛତର ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ସଭାପତି ତରଣୀ ସେନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ, ସମାଜସେ
ବୋର୍ଡ଼l (borda )ଜନତା ହାଇ ସ୍କୁଲ ଠାରେ ମିଲକି ଅଞ୍ଚଳ ର ଦେବୀ ମା ଡୁକୁରି ବୁଢ଼ୀ ଙ୍କ ଛତର ଯାତ୍ରା ର ପ୍ରସ୍ତୁତି ବୈଠକ


ଭବାନୀପାଟଣା, ୧୩ ସେପ୍ଟେମ୍ବର (ହି.ସ.)- ଆଜି ବୋର୍ଡ଼l ମିଲକି ଅଂଚଳର ମା ଡୁକୁରି ବୁଢ଼ୀଙ୍କ ଛତର ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ସଭାପତି ତରଣୀ ସେନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ, ସମାଜସେବୀ, ଯୁବ ଗୋଷ୍ଠୀ, ସରପଞ୍ଚ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥିଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ସାହୁ, ପୋଲିସ ଅଧିକାରୀ ପତ୍ର ସାର, ଭି ଏ ଏସ, ବୋରଡ଼ା ସ୍ୱାସ୍ଥ୍ୟ ଅଧିକାରୀ, ଅଧ୍ୟକ୍ଷ ସି. ଜେ. ଡିଗ୍ରୀ କଲେଜ ନିଆଲ ସାର, ଜନତା ହାଇସ୍କୁଲ ପ୍ରଧାନ ଶିକ୍ଷକ, ସଂଜୀବ କୁମାର ମିଶ୍ର ସରପଞ୍ଚ, ପ୍ରମୁଖ ମଞ୍ଚାସିନ ହୋଇ ଆଗାମୀ ଅକ୍ଟୋବର ୨ ତାରିଖରେ ହେବାକୁ ଥିବା ଛତର ଯାତ୍ରାରେ କିପରି ସୁରୁଖୁରୁରେ ସମାପ୍ତି କରାଯାଇ ପାରିବ, ନିଜ ନିଜ ମତାମତ ପ୍ରଦାନ ସହ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ ସହଯୋଗ କରିବା, ସ୍ୱାସ୍ଥ୍ୟ ଅଧିକାରୀ ବିଭାଗରୁ ବିଭିନ୍ନ ପ୍ରକାର ଔଷଧ ପତ୍ର, ଆମ୍ବୁଲାନ୍ସ ଇତ୍ୟାଦି ଯୋଗାଇବା, ସ୍ୱେଚ୍ଛାସେବୀ ମାନେ ନିୟୋଜିତ, ପାନୀୟ ବ୍ୟବସ୍ଥା, ଇତ୍ୟାଦି ସବୁ ପ୍ରକାର ସୁବ୍ୟବସ୍ଥା କରିବାକୁ ଆଲୋଚନା ହେବାସହ କମିଟି ସମ୍ପାଦକ ଗତ ଛତର ଯାତ୍ରାର ଆୟ ବ୍ୟୟ ପଠନ କରିଥିଲେ, ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କଳାକାରଙ୍କ କଲା ପରିବେଷଣ, ବଜବାଳା, ଘୁମୁରା ଦଳ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande