ଚମ୍ପୁଆ କୋର୍ଟରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଚମ୍ପୁଆ, ୧୩ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ କୋର୍ଟ ପରିସରରେ ଆଜି ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସବଜଜ
ଚମ୍ପୁଆ କୋର୍ଟରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ


ଚମ୍ପୁଆ, ୧୩ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ କୋର୍ଟ ପରିସରରେ ଆଜି ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସବଜଜ୍ ଜିତେନ୍ଦ୍ର ଦାସ, ଏସ୍‌.ଡି.ଜେ.ଏମ୍ ଦୀପକ କୁମାର ସାଠୁଆ, ଜେ.ଏମ୍‌.ଏଫ୍‌. ସି ଶୁଶ୍ରୀ ସୁସ୍ମିତା ମିଶ୍ର ଏବଂ କୋର୍ଟର କର୍ମଚାରୀମାନେ ଉପସ୍ଥିତ ଥିଲେ। କୋର୍ଟରେ ବିଚାରଧୀନ ଥିବା ୩ ଗୋଟି ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ କେସ୍ ବାବଦକୁ ୪୨ ଲକ୍ଷ ୭୦ ହଜାର ଟଙ୍କା ପକ୍ଷ ମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଗଲା, ୩ ଗୋଟି ଏନଆଇ ଆକ୍ଟ କେସରୁ ୯ ଲକ୍ଷ ୩୯ ହଜାର ଟଙ୍କା, ୭ ଗୋଟି ବ୍ୟାଙ୍କ୍ କେସରୁ ୧୩ ଲକ୍ଷ ୪୧ ହଜାର ୪ ଶହ ୩୯ ଟଙ୍କା ୧୯ ପଇସା ଏବଂ ୨ ଗୋଟି ସି ଏମ ସି କେସ ରୁ ୩୩ ହଜାର ଆଦାୟ କରାଯାଇଥିଲା। ସର୍ବମୋଟ ୧୧୭ ଗୋଟି ମାମଲାରୁ ୧୭ ଗୋଟି ମାମଲା ର ଫଏସଲା କରାଯାଇ ୬୫ ଲକ୍ଷ ୮୩ ହଜାର ୪ ଶହ ୩୯ ଟଙ୍କା ୧୯ ପଇସା ଆଦାୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟି ର ସହକାରୀ ଅବଦୁଲ ସୁରଜ୍ ଖାନ୍ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande