ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ : ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ
ଚମ୍ପୁଆ, ୧୩ ସେପ୍ଟେମ୍ବର(ହି.ସ.) –ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଭିତିଭୂମିଗୁଡିକୁ ସଜାଡି ବାକୁ ପ୍ରାଥମିକ ଦେବା କଥା କହୁଥିବା ବେଳେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ ଧାତିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି। ଜଣେ ଶିକ୍ଷକରେ ଚାଲିଛ
ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ : ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ


ଚମ୍ପୁଆ, ୧୩ ସେପ୍ଟେମ୍ବର(ହି.ସ.) –ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଭିତିଭୂମିଗୁଡିକୁ ସଜାଡି ବାକୁ ପ୍ରାଥମିକ ଦେବା କଥା କହୁଥିବା ବେଳେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ ଧାତିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି। ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ। ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ। ମୁହଁ ଫେରାଉଛନ୍ତି ଅଭିଭାବକ। ଧାତିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଜଣେ ଶିକ୍ଷକ ରେ ଚାଲୁଥିବା ବେଳେ ଶିକ୍ଷକ ଅଭାବ ଯୋଗୁଁ ପାଠପଢା ସଂପୂର୍ଣ ବ୍ୟାହତ ହେଇଛି। ୧୯୭୫ ମସିହାରୁ ନିର୍ମିତ ଏହି ବିଦ୍ୟାଳୟ ରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଥିବା ବେଳେ ଏକ ବର୍ଷ ହେବ ଏହି ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ଏହି ବିଦ୍ୟାଳୟରେ ଝୁମ୍ପୁରା ବ୍ଲକ ଅସନପାଟ ପଂଚାୟତର ଧାତିକା, ଗିଧିବାସ, ନିଶାଗଡିଆ ଗ୍ରାମର ପିଲା ପଢିବାକୁ ଆସୁଥିଲେ। ମାତ୍ର ଏବେ ଶିକ୍ଷକ ସମସ୍ୟା କୁ ନେଇ ଦିନକୁ ଦିନ ଏହି ବିଦ୍ୟାଳୟ ଛାଡି ପିଲା ଅନ୍ୟ ସ୍କୁଲ ମୁହାଁ ହେଉଥିବା ସହିତ ଅଭିଭାବକ ଏହି ବିଦ୍ୟାଳୟ ରୁ ମୁହଁ ଫେରାଇ ନେଉଛନ୍ତି। ବିଦ୍ୟାଳୟରୁ ଅଭିଭାବକ ମୁହଁ ଫେରାଉଥିବାରୁ ବର୍ଷକୁ ବର୍ଷ ବିଦ୍ୟାଳୟରେ ପିଲା ସଂଖ୍ୟା କମୁଥିବା ଦେଖାଯାଉଛି। ଏକ ବର୍ଷ ହେବ ଜଣେ ଶିକ୍ଷକ ଯୋଗୁଁ ଏଠାରେ ପାଠ ପଢା ସଂପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ଖୋଦ୍ ମୂଖ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ବିକଳ ଚିତ୍ର ସାମ୍ନାକୁ ଆସୁଥିବାରୁ ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande