ଗଂଜାମ, 13 ସେପ୍ଟେମ୍ବର (ହି.ସ.)
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକରେ ପ୍ରକୃତ ଚାଷୀଙ୍କୁ ଖରିଫ କିମ୍ବା ରଵି ଫସଲ ପାଇଁ ରୁଣ ମିଳୁନାହିଁ। ଚାଷୀ ମାନେ ବର୍ଷ ବର୍ଷ ଧରି ପିତଳ ସେବାସମବାୟ ସମିତି ମାଧ୍ୟମରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଶେରଗଡ଼ ଶାଖାରେ ଆବେଦନ କରିଥିଲେ ମଧ୍ୟ ସମାନେ ରୁଣ ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ଚାଷୀମାନେ ସରକାରଙ୍କଠାରୁ ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଚଳିତ ବର୍ଷ ସମିତିରୁ ସାର ବିକ୍ରୟ ବେଳେ ଯେଊ ଚାଷୀ ରୁଣ ନେଇନାହାନ୍ତି, ସେମାନକୁ ସାର ଦିଆଯାଇନାହିଁ। ଫଳରେ ଏହି ଚାଷୀମାନେ କଳାବଜାରରେ ହଜାର ଟଙ୍କା ଵସ୍ଥା ପିଛା ଦେଇ ଜମିରେ ପକାଇଛନ୍ତି ଏହି ଘଟଣାକୁ ନେଇ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବାକୁ ଦାଵି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ