ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
ସମ୍ବଲପୁର, ୧୩ ସେପ୍ଟେମ୍ବର(ହି.ସ.) –ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ବଡ଼ମାଳ ଜୟ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ପ୍ରଫେସର ଡ଼. ଦତେଶ୍ୱର ହୋତାଙ୍କ
ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର


ସମ୍ବଲପୁର, ୧୩ ସେପ୍ଟେମ୍ବର(ହି.ସ.) –ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ବଡ଼ମାଳ ଜୟ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ପ୍ରଫେସର ଡ଼. ଦତେଶ୍ୱର ହୋତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଲୋକ ସେବକ ମଣ୍ଡଳର ସମ୍ପାଦକ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଧନେଶ୍ୱର ହୋତା, ସଚିବ ରାଜେଶ୍ୱରୀ ହୋତା, ଜିଲ୍ଲା ସିଡିଏମ ଡ଼. ପ୍ରଦୀପ କୁମାର ହୋତା, ରେଢ଼ାଖୋଲ ଡ଼ିଏଫଓ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବୁର୍ଲା ଏବଂ ବଲାଙ୍ଗୀରରୁ ବିଭିନ୍ନ ବିଭାଗର ରୋଗ ବିଶେଷଜ୍ଞ ମାନେ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ। ଏହି ଶିବିରରେ ୮ଶହରୁ ଊର୍ଦ୍ଧ୍ୱ ରୋଗୀ ନିଜ ନାମ ପଞ୍ଜୀକରଣ କରିଥିଲେ। ରୋଗୀଙ୍କ ଚିକିତ୍ସା ପରେ ଆବଶ୍ୟକ ଅନୁଯାୟୀ ମାଗଣାରେ ଚଷମା, ଲମ୍ବର ବେଲ୍ଟ, ସରଭାଇକାଲ କୋଲାର ଏବଂ ଆଣ୍ଠୁ କ୍ୟାପ ସହିତ ଔଷଧ ବଣ୍ଟନ କରାଯିବା ସହ ଫିଜିଓ ଥେରାପି ତାଲିମ ଦିଆଯାଇଥିଲା। ଶିବିରରେ ଦନ୍ତ ଚିକିତ୍ସକ ଡ଼. ଗୌରବ ଶର୍ମା, ଡ଼. କାମଳିତ ଭର୍ମା, ଇଏନଟି ବିଭାଗର ଡ଼. ସୁଜିତ ବ୍ରହ୍ମା, ଚକ୍ଷୁ ବିଭାଗର ଡ଼. ସିଦ୍ଧାନ୍ତ ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଚିକିତ୍ସା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande