ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ଇନ୍ଦ୍ରାଣୀ ଦେବୀଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେଇଛି। ରାଜ୍ୟ ଗ
ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ଇନ୍ଦ୍ରାଣୀ ଦେବୀଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେଇଛି। ରାଜ୍ୟ ଗୃହିଣୀ ସମାଜର ସଂପାଦିକା ଭାବେ ଇନ୍ଦ୍ରାଣୀ ଦେବୀ ବହୁ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗ ଗୃହିଣୀ ସମାଜ ପାଇଁ ଅପୂରଣୀୟ କ୍ଷତି। ସ୍ବର୍ଗତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ଜ୍ଞାପନ କରିଛନ୍ତି।

ପିସିସି ସଭାପତି ଶ୍ରୀ ଦାସଙ୍କ ଅନୁପସ୍ଥିତିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ସ୍ବର୍ଗତା ଦେବୀଙ୍କ ପରିବାର ବର୍ଗଙ୍କୁ ଭେଟି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande