ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ପାଂଷ୍ଟ ଏଡ଼ ଡ଼େ ଆଲୋଚନା ଚକ୍ର ଅନୁଷ୍ଠିତ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ପ୍ରାଥମିକ ଚିକିତ୍ସା ଦିବସ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ବରିଷ୍ଠ ନାଗରିକ ମଂଚର ସଭାପତି ସମାଜସେବୀ ଲଲାଟ
DAMODAR SANSKRUTA MAHAVIDYALAYA


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ପ୍ରାଥମିକ ଚିକିତ୍ସା ଦିବସ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ବରିଷ୍ଠ ନାଗରିକ ମଂଚର ସଭାପତି ସମାଜସେବୀ ଲଲାଟେନ୍ଦୁ ମହାନ୍ତି ଯୋଗ ଦେଇ ‘ପାଂଷ୍ଟ ଏଡ଼ ଡ଼େ’ର ଇତିବୃତ୍ତସହ ଆଜିକାର ପାଣିପାଗ ପରିବର୍ତନ ସମ୍ବନ୍ଧିତ ଶୀର୍ଷକ ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ଶୁକଦେବ ପଣ୍ଡା । ଅକ୍ଷୟ ପାଣିଗ୍ରାହୀ ଓ ପ୍ରଭାବୀ ନାୟକ ପ୍ରମୁଖ ଯୋଗଦେଇ ଉକ୍ତ ଦିବସର ମାହାତ୍ମ୍ୟ ଓ ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର କର୍ମଚାରୀ ସର୍ବଶ୍ରୀ ମଧୁସୂଦନ ତ୍ରିପାଠୀ, ରଘୁନାଥ ନାୟକ ମଞ୍ଜୁଲତା ମହାପାତ୍ର ଓ ଗୌରାଙ୍ଗ ଦାସ ପ୍ରମୁଖ ସହାୟତା କରିଥିଲେ । ପରିଶେଷରେ ସ୍ୱର୍ଣ୍ଣଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande