ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଆଜି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷକ ବିଭାଗ ଆନୁକୁଲ୍ୟରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳି ବିକାଶ କମିଟି ବୈଠକ ଆଜି ଜିଲ୍ଲା ସଦଭାବନା
DHAMNAGAR BIDHANSABHA BIKASH BAITHAK


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଆଜି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷକ ବିଭାଗ ଆନୁକୁଲ୍ୟରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳି ବିକାଶ କମିଟି ବୈଠକ ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଓ.ଏସ.ଡି ନୀତିଶ କୁମାର ତ୍ରିପାଠୀ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା, ଭଦ୍ରକ ଙ୍କ ସମେତ ପୂର୍ତ ବିଭାଗ, ଶିକ୍ଷା ବିଭାଗ, ସମାଜ ମଙ୍ଗଳ ଅଧିକାରୀଣୀ, କୃଷି ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଜଳ ନିକାଶନ, ପଶୁ ସଂପଦ, ଉଦ୍ୟାନ ବିଭାଗ, ମିଶନ ଶକ୍ତି, ବିଦ୍ୟୁତ ବିଭାଗ, କର୍ମ ନିୟୋଜନ ବିଭାଗ, ଆଖୁଆପଦା ଜଳସେଚନା ବିଭାଗ, ଖଣିଜ ଦ୍ରବ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ମୁର୍ତିକା ସଂରକ୍ଷଣ, ମତ୍ସ୍ୟ ବିଭାଗ, ହସ୍ତତନ୍ତ ବିଭାଗ, ଓରମାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାପରେ ବିଭିନ୍ନ ବିଭାଗର ଯୋଜନାଗୁଡିକ ଉପରେ ସମୀକ୍ଷା ହୋଇଥିଲା । ଏହି ସମୀକ୍ଷା ରେ ହସ୍ତତନ୍ତ, ମିଶନ ଶକ୍ତି, କୃଷି, କର୍ମ ନିୟୋଜନ, ସ୍ୱାସ୍ଥ୍ୟ, ପୂର୍ତ, ଶିକ୍ଷା, ଗମନାଗମନ, ପାନୀୟଜଳ ଓ ପରିମଳ, ପ୍ରଧାନମନ୍ତ୍ରୀ କର୍ମ ସୁଜନ ଯୋଜନା, ମତ୍ସ୍ୟ, ପଶୁ ସମ୍ପଦ, ଅଙ୍ଗନବାଡି, ଓରମାସ, ଉଦ୍ୟାନ, ମାଛ ଚାଷ, ଝୋଟ, ଛତୁ, ସାରୁ, ଆଖୁ ଚାଷ ଆଦି ବିଭିନ୍ନ ପ୍ରକଳ୍ପ ଗୁଡିକ, କାର୍ଯ୍ୟାକାରୀ ଓ ଅଗ୍ରଗତି ଉପରେ ଗୁରୁତ୍ୱ ପ୍ରଦାନ କରି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ସହରଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁ ଜନସାଧାରଣଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା କୃଷି କ୍ଷେତ୍ରରେ ଅବଗତ ହେବାପାଇଁ ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବାକୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବୈଠକରେ ସୂଚନା ଦେଇଥିଲେ । ମାଛ ଓ ଶୁଖୁଆର ବିକ୍ରି ନିମନ୍ତେ ବଜାର ସୃଷ୍ଟି କରିବା, ଗୋଶାଳାଠାରେ ଆଯୋଲା ଚାଷ ବିଷୟରେ ପ୍ରଶିକ୍ଷଣ ଦେବା, ବାୟୋ ଗ୍ୟାସ ଉଦ୍ୟେଗ ସୃଷ୍ଟି କରିବା, ଲେବର କାର୍ଡର ଗୁରୁତ୍ୱ, ଉତାର ଗୃହ ସେବା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, କୃଷି ଶିଳ୍ପ, ସିଲାଇ ଶିକ୍ଷା, ଶିଶୁ ବାଟିକା, ନିରନ୍ତର ବିଦ୍ୟୁତ ସେବା, ଧାମନଗର ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତା ଓ ଡ୍ରେନ ର ଉନ୍ନତି ଉପରେ ସମୀକ୍ଷା କରିଥିଲେ । ମେଗା ପାନୀୟଜଳ ପ୍ରକଳ୍ପର ଅଗ୍ରଗତି, ହିତାଧିକାରୀମାନେ କିଭଳି ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ଆଦି ବିଷୟ ଉପରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ଉପଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande