ଧାମନଗର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତୋତ୍ସବ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସଭା ମୁଖ୍ୟ ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ସ୍ୱାଗତ ସମ୍ବର୍ଦ୍ଧନା କା
DHAMNAGAR COLLEGE WELCOME CEREMONY


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସଭା ମୁଖ୍ୟ ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ ମୁଖ୍ୟବକ୍ତା ଓ ଅଧ୍ୟାପିକା ସ୍ମରଣିକା ପ୍ରଧାନ, ସ୍ୱାଗତିକା ରାୟ ଓ ଡ. ଦେବାଶିଷ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାଠପଢା ଓ ଭବିଷ୍ୟତ ଜୀବନରେ କୃତକାର୍ଯ୍ୟ ପାଇଁ ସଫଳତାର ମନ୍ତ୍ର ଦେଇଥିଲେ । ନିଜ ମସ୍ତିଷ୍କର ସ୍ଥିରତା, ଶୃଙ୍ଖଳା ଓ ଆଗ୍ରହ ସହ ପଢ଼ିଲେ ନିଶ୍ଚିତ ଭାବେ ଭବିଷ୍ୟତରେ ନିଜର ଲକ୍ଷ୍ୟ ହାସଲ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡ. ଦେବାଶିଷ ମଲ୍ଲିକ ଅତିଥିଙ୍କୁ ମଂଚ ଆମନ୍ତ୍ରଣ ସହ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ବାସ୍ତବିକା ଦାସ ମଂଚ ସଂଚାଳନ କରିଥିଲେ। । ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସଫଳ ଆୟୋଜନରେସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରୀ ମାମନ ନାୟକ ଓ ସନ୍ଧ୍ୟା ରାଣୀ ମଲ୍ଲିକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଛାତ୍ରୀ ମୋନାଲିସା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande