ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବମ୍ ଦ୍ୱାରା ଉଡ଼ାଇବାକୁ ଧମକ
ନୂଆଦିଲ୍ଲୀ, ୧୩ ସେପ୍ଟେମ୍ବର(ହି.ସ.) – ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲ୍‌କୁ ବମ୍ ଦ୍ୱାରା ଉଡ଼ାଇବାକୁ ଧମକଭରା ଏକ ଇ-ମେଲ୍ ମିଳିଛି। ଏହାପରେ ପୋଲିସ୍ ହୋଟେଲ ପରିସରରେ ବ୍ୟାପକ ତଲାଶୀ ଅଭିଯାନ ଆରମ୍ଭ କରିଛି। ତେବେ ଗଭୀର ଯାଂଚ ଅଭିଯାନ ପରେ ଏହି ଖବର ମିଛ ବୋଲି ଜଣାପଡ଼ିଛି। ଅଭିଯାନ ସମୟରେ ହୋଟେଲରେ ରହିଥିବ
ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବମ୍ ଦ୍ୱାରା ଉଡ଼ାଇବାକୁ ଧମକ


ନୂଆଦିଲ୍ଲୀ, ୧୩ ସେପ୍ଟେମ୍ବର(ହି.ସ.) – ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲ୍‌କୁ ବମ୍ ଦ୍ୱାରା ଉଡ଼ାଇବାକୁ ଧମକଭରା ଏକ ଇ-ମେଲ୍ ମିଳିଛି। ଏହାପରେ ପୋଲିସ୍ ହୋଟେଲ ପରିସରରେ ବ୍ୟାପକ ତଲାଶୀ ଅଭିଯାନ ଆରମ୍ଭ କରିଛି। ତେବେ ଗଭୀର ଯାଂଚ ଅଭିଯାନ ପରେ ଏହି ଖବର ମିଛ ବୋଲି ଜଣାପଡ଼ିଛି। ଅଭିଯାନ ସମୟରେ ହୋଟେଲରେ ରହିଥିବା ଅତିଥି ଏବଂ ଷ୍ଟାଫ୍‌ଙ୍କୁ କିଛି ଘଂଟା ପାଇଁ ଅସୁବିଧା ହୋଇଥିଲା। କିନ୍ତୁ ପରେ କୌଣସି ପ୍ରକାର ବିପଦ ନଥିବାର କଥା ସ୍ପଷ୍ଟ ହେବାରୁ ପୋଲିସ୍ ଆଶ୍ୱସ୍ତୀ ହୋଇଛି। ଦିଲ୍ଲୀ ପୋଲିସ୍ ମୁତାବିକ ହୋଟେଲ୍ ପ୍ରବନ୍ଧନକୁ ଶୁକ୍ରବାର ମଧ୍ୟରାତ୍ରୀ ପ୍ରାୟ ୨ଟାରେ ପ୍ରାପ୍ତ ଇ-ମେଲ୍‌ରେ ବମ୍ ବିସ୍ଫୋରଣର ଧମକ ଦିଆଯାଇଛି। ଏହା ପରେ ପରେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା ଏବଂ ହୋଟେଲ୍‌ର ସମସ୍ତ ଅଂଶର ଗଭୀର ଯାଂଚ କରିଥିଲେ କିନ୍ତୁ ଏହି ସମୟରେ ତାଙ୍କୁ କୌଣସି ସନ୍ଦିଗ୍ଧ ବସ୍ତୁ ବା ଜିନିଷ ମିଳିନଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande