ଏକକୋଟି ପୁରସ୍କାର ଘୋଷିତ ନକ୍ସଲି ସୁଜାତା ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶଙ୍କ ଆଗରେ କଲା ଆତ୍ମସମର୍ପଣ
ଜଗଦଲପୁର, ୧୩ ସେପ୍ଟେମ୍ବର(ହି.ସ.) – ଛତିଶଗଡ଼ର ବସ୍ତରେ ଲମ୍ବା ସମୟ ଧରି ସକ୍ରିୟ ଥିବା ନକ୍ସଲି ଏବଂ ଦୀର୍ଘ ବର୍ଷ ହେଲା ଭୂମିଗତ ପ୍ରତିବନ୍ଧିତ ସିପିଆଇ(ମାଓବାଦୀ)ର ସବୁଠାରୁ ବରିଷ୍ଠ ସିସିଏମ୍ ନେତା ପୋଥୁଲା ପଦ୍ମାବଦୀ ଓରଫ କଳ୍ପନା ଓରଫ୍ ମୈନାବାଇ ଓରଫ ମ୍ୟନାକ୍କା ଓରଫ ସୁଜାତା ଶନିବାର ଦିନ ତେଲେଙ୍ଗାନା
ଏକକୋଟି ପୁରସ୍କାର ଘୋଷିତ ନକ୍ସଲି ସୁଜାତା ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶଙ୍କ ଆଗରେ କଲା ଆତ୍ମସମର୍ପଣ


ଜଗଦଲପୁର, ୧୩ ସେପ୍ଟେମ୍ବର(ହି.ସ.) – ଛତିଶଗଡ଼ର ବସ୍ତରେ ଲମ୍ବା ସମୟ ଧରି ସକ୍ରିୟ ଥିବା ନକ୍ସଲି ଏବଂ ଦୀର୍ଘ ବର୍ଷ ହେଲା ଭୂମିଗତ ପ୍ରତିବନ୍ଧିତ ସିପିଆଇ(ମାଓବାଦୀ)ର ସବୁଠାରୁ ବରିଷ୍ଠ ସିସିଏମ୍ ନେତା ପୋଥୁଲା ପଦ୍ମାବଦୀ ଓରଫ କଳ୍ପନା ଓରଫ୍ ମୈନାବାଇ ଓରଫ ମ୍ୟନାକ୍କା ଓରଫ ସୁଜାତା ଶନିବାର ଦିନ ତେଲେଙ୍ଗାନା ପୋଲିସ୍ ମହାନିର୍ଦ୍ଦେଶକ ଡା. ଜିତେନ୍ଦ୍ରଙ୍କ ଆଗରେ ଆତ୍ମସମର୍ପଣ କରିଛି।

ଏହି ୬୨ ବର୍ଷୀୟ ବରିଷ୍ଠ ସିସିଏମ୍ ନେତା ସୁଜାତା ତେଲେଙ୍ଗାନାର ଜୋଗୁଲାମ୍ବା ଗଡ଼ୱାଲ ଜିଲ୍ଲାର ଗଟ୍ଟୁ ମଣ୍ଡଳର ପୈଚିକାଲପାଡ଼ୁ ଗାଆଁର ଅଟେ। ନକ୍ସଲୀ ତଥା ସିସିଏମ୍ ନେତା ସୁଜାତା ବସ୍ତରରେ ହୋଇଥିବା କେତେକ ବଡ଼ ନକ୍ସଲ ଏହି ଘଟଣାରେ ସାମିଲ ରହିଛନ୍ତି। କିନ୍ତୁ ସେ ଗତ କିଛି ବର୍ଷ ହେଲା ଭୂମିଗତ ଥିଲେ। ୦୧ କୋଟିର ପୁରସ୍କାର ଘୋଷିତ ସୁଜାତାର ଆତ୍ମସମର୍ପଣ ନକ୍ସଲ ସଂଗଠନ ପାଇଁ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଝଟକା ହୋଇଛି। ସୁଜାତା ନକ୍ସଲୀ କମାଣ୍ଡର କିଶନଜୀଙ୍କ ପତ୍ନୀ ଅଟନ୍ତି। ତେବେ କିଶନଜୀଙ୍କୁ ବର୍ଷ ୨୦୧୧ରେ ପଶ୍ଚିମବଙ୍ଗରେ ଏକ ସଂଘର୍ଷରେ ମାରିଦିଆଯାଇଛି। ଏହାପରେ ସୁଜାତା ମଧ୍ୟ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟଧାରାକୁ ଫେରିବାର ସଂକଳ୍ପ ନେଇଥିଲେ ଏବଂ ଆଜି ତେଲେଙ୍ଗାନା ପୋଲିସ୍‌ର ମୁଖିଆଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande