ଜୟପୁର,୧୩ ସେପ୍ଟେମ୍ବର (ହି.ସ.)- ଜୟପୁର ଜିଲାପାଳ ଓ ଅବକାରି ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଭାବେ ଅବକାରି ଚଢଉ କରାଯାଇଛି । ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ କୋରାପୁଟ ଜିଲା ଫ୍ଲାଇଙ୍ଗ ସ୍କାର୍ଡ ସେଟଲାଇଟ ୟୁନିଟ ସହ ବୋରିଗୁ୍ମ୍ମା ଥାନା ପକ୍ଷରୁ ମିଳିତ ଭାବେ ଚଢଉ ହୋଇଥିଲା । ବିସିଂପୁର ଥାନା ଅନ୍ତର୍ଗତ ମୁଣ୍ଡାଗୁଡାରେ ଚଢଉ କରିଥିଲେ । ଚଢଉ କରି ମୁଣ୍ଡାଗୁଡାର ରମେଶ ବିଷୋୟୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ୫୪.୨୫୫ ଲିଟର ନକଲି ବିଦେଶି ମଦ, ୨୧.୫୧୦ ଲିଟର ବିଦେଶି ମଦ, ୧୧୧.୯୦୦ ଲିଟର ବିୟର ଜବତ କରିଛି । ଗିରଫ ଅଭିଯୁକ୍ତକୁ ଜେଏମଏଫସି କୋର୍ଟକୁ ଶନିବାର ଚାଲାଣ କରାଯାଇଛି । ଏହି ଚଢଉରେ ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ, ଡିଏଫଏସର ନିରିକ୍ଷକ ଚନ୍ଦ୍ର ଶେଖର ପଢିହାରୀ, ଏସାଇ ରାଜୁ ଖିତି, ସେଟ ଲାଇଟ ୟୁନିଟର ଥାନା ଅଧିକାରି ସଞ୍ଜିବ ବେହେରା, ଏଏସଆଇ ସୁଶାନ୍ତ ନାୟକଙ୍କ ସହ ଅନ୍ୟ କର୍ମଚାରି ମାନେ ଉପସ୍ଥିତ ରହି ଚଢଉ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି