ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ
ବଲାଙ୍ଗିର/ ସୋନପୁର, ୧୩ ସେପ୍ଟେମ୍ବର (ହି.ସ.)- ଟାଟା ଭଲେଣ୍ଟିଅର୍ ସପ୍ତାହ ଏବଂ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ ଅନ୍ତର୍ଗତ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇ
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ


ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ


ବଲାଙ୍ଗିର/ ସୋନପୁର, ୧୩ ସେପ୍ଟେମ୍ବର (ହି.ସ.)- ଟାଟା ଭଲେଣ୍ଟିଅର୍ ସପ୍ତାହ ଏବଂ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ ଅନ୍ତର୍ଗତ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖଜୁରପଡ଼ାଠାରେ ଗତ ତା. ୧୧.୦୯.୨୦୨୫ ରିଖ ଦିନ ଏହି ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ୧୭୭ ଜଣ ଗ୍ରାମବାସୀ ମାଗଣା ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକ ଥିବା ଲୋକମାନଙ୍କୁ ଚଷମା ଏବଂ ଔଷଧ ପ୍ରଦାନ କରାଯାଇଥିଲା । ଯାହା ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ସହିତ ଜୀବନ ମାନରେ ସୁଧାର ଆଣିବ । ସେହିପରି କମ୍ପାନୀ ପକ୍ଷରୁ ସୋନପୁର ସହର ଅନ୍ତର୍ଗତ ବାପୁଜୀ କ୍ଲବଠାରେ ମଧ୍ୟ ଗତ ତା. ୧୨.୦୯.୨୦୨୫ ରିଖ ଦିନ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରରେ ମୋଟ ୬୫ ଜଣ ଗ୍ରାମବାସୀ ମାଗଣା ଚକ୍ଷୁ ପରୀକ୍ଷାରୁ ଲାଭାନ୍ବିତ ହେବା ସହ ଆବଶ୍ୟକୀୟ ବ୍ୟକ୍ତିଙ୍କୁ ମଧ୍ୟ ଚଷମା ବଣ୍ଟନ କରାଯାଇଥିଲା ।

ସେହିପରି ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଆଯାଇ କମ୍ପାନୀ ପକ୍ଷରୁ ଗତ ତା. ୧୨.୦୯.୨୦୨୫ ରିଖି ଦିନ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କନ୍ଦମା, ବୋଣ୍ଡେଲ ଏବଂ ମୁସାନାଲ ଗାଁରେ ଏକ ପରିମଳ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆୟୋଜିତ କରାଯାଇଥିଲା । ୧୨୦ ରୁ ଅଧିକ ମହିଳା ଏବଂ ବାଳିକା ପରିଷ୍କାର ପରିଚ୍ଛନ୍ନତା ଉପରେ ଆୟୋଜିତ ଏହି ସଚେତନତା ଅଧିବେଶନରେ ଯୋଗ ଦେଇଥିଲେ । ସଚେତନତା ସଭା ସହିତ ଏଥିରେ ସାନିଟାରି ପ୍ୟାଡ୍‌ ମଧ୍ୟ ବଣ୍ଟନ କରାଯାଇଥିଲା, ଯାହା ନିରାପଦ ଓ ସ୍ୱାସ୍ଥ୍ୟକର ପ୍ରଥାକୁ ପ୍ରୋତ୍ସାହନ କରେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande