ବଲାଙ୍ଗିର, ୧୩ ସେପ୍ଟେମ୍ବର (ହି.ସ.)- ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗିର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ଆଜି ସିଭିଲ କୋର୍ଟ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ବାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣ ସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡ଼ାକ୍ତର ଅଶ୍ଵିନୀ କୁମାର ମେହେର, ଡାକ୍ତର ନରେସ ଚନ୍ଦ୍ର ଭାଟି, ଡାକ୍ତର ନମ୍ରତା ଦାସ ଓ ଡାକ୍ତର ସଭ୍ରା ନନ୍ଦ ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଡିପିଏଚଓ ଦିବ୍ୟ କିଶୋର ପତି, ଏ ପି ଏମ ରାମାନୁଜ ପଣ୍ଡା ଓ ୟୁ ଡି ଏମ ଅନିଲ କୁମାର ମହାକୁର ତଦାରଖ କରିଥିଲେ ।
ଏହି ସ୍ବାସ୍ଥ୍ୟ ଶିବିରରେ ୧୧୫ରୁ ଉର୍ଦ୍ଧ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ