ଜୟପୁର 13 ସେପ୍ଟେମ୍ବର (ହି.ସ.) ଆଉ ନାହାନ୍ତି ଆମ ଗହଣରେ ଗୀତ ଭବନର ପୂଜକ ଗୁପ୍ତ ପ୍ରସାଦ ପାଢି ଏହି ମାଟି ପାଈଁ ଅତି ଦୁଃଖଦ ଖବର। ସେ ବହୁଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ।ଗୋ ପ୍ରେମୀ କୃଷ୍ଣଭକ୍ତ ତଥା ଜୟପୁର ଗୀତଭାବନର ମୁଖ୍ୟ ପୂଜକ ତଥା କୋରାପୁଟ ଜିଲ୍ଲାର ସର୍ବଶ୍ରେଷ୍ଠ ଭାଗବତ ପ୍ରଚାରକ ସହ ଆକାଶବାଣୀ ଜୟପୁରର ଜଣେ ସୁନାମଧନ୍ୟ କଳାକାର। ଶ୍ରୀକୃଷ୍ଣ ଙ୍କ ଭକ୍ତି ଛଡା ଆଉ କିଛିରେ ଯାହାର ରୁଚି ନଥିଲା ସଭିଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କ ଭକ୍ତି ଜାତ କରିବା ଯାହାଙ୍କର ମୁଖ୍ୟ କର୍ମ ଥିଲା ଯିଏ ସବୁବେଳେ ସବୁସମୟରେ ଖରା ବର୍ଷା ଶୀତ କାକରରେ ବି ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଆଖପାଖ ରାଜ୍ୟର ଛୋଟ ବଡ଼ ସମସ୍ତ ଗ୍ରାମ ସହର ବୁଲି ବୁଲି ପ୍ରଚାର କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା। ଗୁରୁ ଗୁପ୍ତପ୍ରସାଦ ପାଢ଼ୀଙ୍କ ସତସଙ୍ଗ ଦ୍ଵାରା କୋରାପୁଟ ମାଟିର ଅନେକ ପରିବାରରେ ସଂସ୍କାର ସଂସ୍କୃତି ବହୁତ ପ୍ରଭାବ ପକେଇଛି। ତାଙ୍କ ପ୍ରବଚନ ସମସ୍ତ ଶ୍ରୋତାଙ୍କୁ ଭାବବିହ୍ୱଳ କରେଇ କୃଷ୍ଣ ଭକ୍ତିରେ ଲୋକେ ସାରା ଜୀବନ ଅନୁସରଣ କରୁଥିଲେ। ଆଜି ତାଙ୍କ ବିୟୋଗ ଅନେକ ଶ୍ରଦ୍ଧାଳୁଙ୍କ ମନ ଭାବନାକୁ ଦୁଃଖିତ କରିଅଛି । ଭଗବାନ ତାଙ୍କ ପୁଣ୍ୟ ଆତ୍ମା କୁ ଶାନ୍ତି ଦିୟନ୍ତୁ ଏବଂ ତାଙ୍କ ପରିବାର ଏବଂ ତାଙ୍କ ଭକ୍ତ ମାନଙ୍କୁ ଏ ଦୁଃଖ ଅସମୟ ରେ ଦମ୍ଭ ସହ ସାହସ ପ୍ରଦାନ କରନ୍ତୁ ବୋଲି ବୟଜ୍ୟେଷ୍ଟ କଥା ବାଚକ ମାନେ ସ୍ୱାନ୍ତନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି