ସମ୍ବଲପୁର, ୧୩ ସେପ୍ଟେମ୍ବର (ହି.ସ.)- ଶନିବାର ସକାଳ ୯ଟା ସମୟରେ ଓଡିଶାର ମହାମହିମ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ପରିଷଦର ୩ ଜଣ ମନ୍ତ୍ରୀ ଓ ବିଧାୟକମାନେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚି ମା' ଙ୍କ ଦର୍ଶନ କରିଛନ୍ତି ।
ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟିଙ୍କ ସହ ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାଏକ ପ୍ରମୁଖ । ମା'ଙ୍କ ଦର୍ଶନ ପରେ ସମସ୍ତେ ବିଧି ମୁତାବକ ସାତ ପାହାଚରେ କିଛି ସମୟ ପାଇଁ ଶରଣାପନ୍ନ ମୁଦ୍ରାରେ ବସିଥିଲେ । ମା'ଙ୍କ ଦର୍ଶନ ଅବସରରେ ମା'ଙ୍କ ପୁରୋହିତ ସେମାନଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ