ଏଚଏମଏସର ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ବନ୍ଦର ନଗରୀ ଧାମରା ବିଶ୍ୱ ନିର୍ମାତା ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ସଜେଇ ହେବା ଆରମ୍ଭ ହୋଇ ଯାଇଛି। ଏହି ପୂଜା ପାଇଁ କେବଳ ଧାମରା ନୁହେଁ ଦୋସିଙ୍ଗା ,କଇଥଖୋଲା ବଜାର ମଧ୍ୟ ବହୁ ଆଡମ୍ବରରେ ସାଜସଜା ଲାଗି ରହିଛି। ଇତ୍ୟବସରରେ ଧାମରା ଠାରେ ଥିବା ହିନ୍ଦ ମଜଦୁର ସଭ
HMS RA BISWAKARMA PRASTUTI BAITHAK


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ବନ୍ଦର ନଗରୀ ଧାମରା ବିଶ୍ୱ ନିର୍ମାତା ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ସଜେଇ ହେବା ଆରମ୍ଭ ହୋଇ ଯାଇଛି। ଏହି ପୂଜା ପାଇଁ କେବଳ ଧାମରା ନୁହେଁ ଦୋସିଙ୍ଗା ,କଇଥଖୋଲା ବଜାର ମଧ୍ୟ ବହୁ ଆଡମ୍ବରରେ ସାଜସଜା ଲାଗି ରହିଛି। ଇତ୍ୟବସରରେ ଧାମରା ଠାରେ ଥିବା ହିନ୍ଦ ମଜଦୁର ସଭା(ଏଚଏମଏସ) ପକ୍ଷରୁ ଚଳିତ ବର୍ଷ କିପରି ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା ସମସ୍ତଙ୍କ ଠାରୁ ଆଡମ୍ବରରେ ହୋଇ ପାରିବ ସେ ନେଇ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ହେଉଥିବା ପୂଜାରେ କିପରି ତୋରଣ ସାଜସଜା ଠାରୁ ଆରମ୍ଭ କରି ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତଭକ୍ତା ମାନେ ସୁରୁଖୁରରେ ଚଳିତ ପୂଜା ଦେଖିବା ସହ ବିଭିନ୍ନ ମନୋରଞନ କାର୍ଯ୍ୟକ୍ରମ ମଧ୍ୟ ଦେଖିବେ ସେ ନେଇ ଏହି ବୈଠକରେ ଆଲୋଚନା ମଧ୍ୟ ହୋଇଯାଇଛି।ହୋଇଥିବା ବୈଠକରେ ଏଚଏମଏସର ସଭାପତି ଅରୁଣ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗଠନର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ବାରିକ, ଧାମରା ବନ୍ଦର ଯନ୍ତ୍ରୀ ସଂଘର ସାଧାରଣ ସଂପାଦକ ସତ୍ୟ ଶୋଭନ ଜେନା, ପୁର୍ଣେନ୍ଦୁ ପଣ୍ଡା, ରାଜେଶ ମାଇତି, ନନ୍ଦ କିଶୋର ପାତ୍ର, ସୁବାଶ ଲେଙ୍କା, ମିଥୁନ ଖଟୁଆ, ବସନ୍ତ ଖିଲାର, ସାନ୍ତନୁ ବାରିକ, ରାମେଶ୍ୱର ଦାସ, ତପନ ନାୟକ, ଜଗବନ୍ଧୁ ମାନ୍ନା, ବଦ୍ରୁଲ ଅଲ୍ଲିଖାଁ, ଜ୍ୟୋତିରଞ୍ଜନ ସାହୁ, ସ୍ନେହାଶିଷ ଧାଡା, ଦେବ କୁମାର ପଣ୍ଡିତ , ବିଜୟ କୁମାର ଦାସଙ୍କ ସମେତ ସଙ୍ଗଠନର ସମସ୍ତ କର୍ମୀ ଉପସ୍ଥିତ ରହି ପୂଜା କୁ ସୁରୁଖୁରୁରେ ଏକ ଜାକଜକମରେ ପାଳନ କରିବା ପାଇଁ ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande