ଭାରତୀୟ ଭାଷାମାନେ ହେଉଛନ୍ତି ଦେଶର ଏକତାର ସଶକ୍ତ କଡି : ମନୋଜ ସିନ୍ହା
ବାରାଣସୀ, 13 ସେପ୍ଟେମ୍ବର (ହି.ସ.)। ଭାଷାଭିତ୍ତିକ ପ୍ରାନ୍ତରେ ବିଭକ୍ତ ହେବା ସତ୍ତ୍ୱେ ମଧ୍ୟ ଭାରତର ଆତ୍ମା ଏକ। ଏହି ବାର୍ତା କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ସୂତ୍ରରେ ବାନ୍ଧିଥିବା ଭାରତୀୟ ଭାଷା ସମାଗମ 2025ରେ ଗୁଞ୍ଜାୟମାନ ହୋଇଛି । ସମାଗମରେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନ
ହିନ୍ଦୁସ୍ଥାନ ସମାଚାର କାର୍ଯ୍ୟକ୍ରମ


ବାରାଣସୀ, 13 ସେପ୍ଟେମ୍ବର (ହି.ସ.)। ଭାଷାଭିତ୍ତିକ ପ୍ରାନ୍ତରେ ବିଭକ୍ତ ହେବା ସତ୍ତ୍ୱେ ମଧ୍ୟ ଭାରତର ଆତ୍ମା ଏକ। ଏହି ବାର୍ତା କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ସୂତ୍ରରେ ବାନ୍ଧିଥିବା ଭାରତୀୟ ଭାଷା ସମାଗମ 2025ରେ ଗୁଞ୍ଜାୟମାନ ହୋଇଛି । ସମାଗମରେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଭାଷା କେବଳ ସମ୍ବାଦର ମାଧ୍ୟମ ନୁହେଁ, ବରଂ ଆମର ସାଂସ୍କୃତିକ ଚେତନାର ଆତ୍ମା। ଭାରତୀୟ ଭାଷାମାନେ ହେଉଛନ୍ତି ଦେଶର ଏକତାର ସଶକ୍ତ କଡି, ଯାହା ଆମକୁ ବିବିଧତାରେ ମଧ୍ୟ ଏକତାର ବୋଧ କରାଇଥାଏ।

ଉତ୍ତର ପ୍ରଦେଶର ସାଂସ୍କୃତିକ ନଗରୀ କାଶୀ (ବାରାଣସୀ)ରେ ହିନ୍ଦୁସ୍ଥାନ ସମାଚାର ଗୋଷ୍ଠୀ ପକ୍ଷରୁ ଶନିବାର ମହାତ୍ମା ଗାନ୍ଧୀ କାଶୀ ବିଶ୍ୱବିଦ୍ୟାଳୟର ଗାନ୍ଧୀ ଅଧ୍ୟୟନ ପୀଠ ସଭାଗୃହରେ ଭାରତୀୟ ଭାଷା ସମାଗମ 2025ର ଆୟୋଜନ କରାଯାଇଥିଲା। ଏହି ବର୍ଷର ବିଷୟ ଥିଲା — “ପଞ୍ଚ ପ୍ରଣ : ସ୍ୱଭାଷା ଓ ବିକଶିତ ଭାରତ”। କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନେ ଦୀପ ପ୍ରଜ୍ୱଳନ କରି କରିଥିଲେ। ଆୟୋଜନରେ ଦେଶବ୍ୟାପୀ ଭାଷା, ଉପଭାଷା ଓ ଲୋକ ସଂସ୍କୃତିର ରଙ୍ଗାରଙ୍ଗ ଛଟା ପ୍ରକାଶିତ ହୋଇଥିଲା। ସମାଗମରେ 22ଟି ଭାରତୀୟ ଭାଷାର ବିଦ୍ୱାନଙ୍କୁ ଭାରତୀୟ ଭାଷା ସମ୍ମାନ ସହିତ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଅଧ୍ୟକ୍ଷତା ହିନ୍ଦୁସ୍ଥାନ ସମାଚାର ଗୋଷ୍ଠୀର ଅଧ୍ୟକ୍ଷ ଅରବିନ୍ଦ ଭାଲଚନ୍ଦ୍ର ମାର୍ଡିକର କରିଥିଲେ। ସଞ୍ଚାଳନ ହିନ୍ଦୁସ୍ଥାନ ସମାଚାରର ସମ୍ପାଦକ ଜିତେନ୍ଦ୍ର ତିୱାରୀ କରିଥିଲେ। ସ୍ୱାଗତ ନିର୍ଦ୍ଦେଶକ ପ୍ରଦୀପ ମଧୋକ ‘ବାବା’ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିନ୍ହା କହିଲେ ଯେ, ଭାଷା କେବଳ ସମ୍ବାଦର ମାଧ୍ୟମ ନୁହେଁ, ବରଂ ଆମର ସାଂସ୍କୃତିକ ଚେତନାର ଆତ୍ମା। ଭାରତୀୟ ଭାଷାମାନେ ହେଉଛନ୍ତି ଦେଶର ଏକତାର ସଶକ୍ତ କଡି, ଯାହା ଆମକୁ ବିବିଧତାରେ ମଧ୍ୟ ଏକତାର ବୋଧ କରାଇଥାଏ। ସେ କହିଲେ, ଭାରତର ସାଂସ୍କୃତିକ ଐତିହ୍ୟର ମୂଳ ବେଦ ଓ ପୁରାଣରେ ନିହିତ ଅଛି, ଯାହାର ଉଦ୍ଗମସ୍ଥଳ (ବାରାଣସୀ)କୁ ମନାଯାଏ। ବେଦ ଓ ପୁରାଣ ଅନୁସାରେ କାଶୀକୁ ପୃଥିବୀର ପ୍ରଥମ ଓ ଶେଷ ନଗର କୁହାଯାଇଛି,ଯେଉଁଠାରୁ ଭାରତୀୟ ଭାଷାମାନଙ୍କର ସ୍ୱର ସାରା ଦେଶରେ ଗୁଞ୍ଜିତ ହୋଇଆସିଛି। ଏହି ସମାଗମର ଉଦ୍ଦେଶ୍ୟ ହେଉଛି ଦେଶର ଭାଷାଗତ ବିବିଧତାକୁ ସମ୍ମାନ ଦେବା ଓ ନୂତନ ପିଢ଼ୀଙ୍କୁ ନିଜର ମାତୃଭାଷା ପ୍ରତି ଗୌରବବୋଧ କରାଇବା ।

ଉପରାଜ୍ୟପାଳ ମନୋଜ ସିନ୍ହା କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଦିଆଯାଇଥିବା *‘ପଞ୍ଚ ପ୍ରଣ’*ର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସ୍ୱଭାଷା ପ୍ରତି ଗର୍ବ ଓ ତାହାର ବ୍ୟାପକ ପ୍ରୟୋଗ। କୌଣସି ଜାତିର ଆତ୍ମା ତାହାର ମାତୃଭାଷାରେ ବସିଥାଏ। ଯେପର୍ଯ୍ୟନ୍ତ ଆମେ ନିଜର ମାତୃଭାଷାକୁ ସମ୍ମାନ ଓ ପ୍ରାଥମ୍ୟ ଦେବୁନାହିଁ, ସେପର୍ଯ୍ୟନ୍ତ ବିକଶିତ ଭାରତର ସ୍ୱପ୍ନ ଅପୂର୍ଣ୍ଣ ରହିବ। ଭାରତୀୟ ଭାଷାମାନେ କେବଳ ସମ୍ବାଦର ମାଧ୍ୟମ ନୁହେଁ, ବରଂ ଆମର ସଂସ୍କୃତି, ଜ୍ଞାନ ଓ ପରିଚୟର ପ୍ରତୀକ।

ଆଜିର ଆବଶ୍ୟକତା ହେଉଛି, ଯୁବମାନେ ପ୍ରାଯୁକ୍ତିକ ଓ ବୈଜ୍ଞାନିକ ଶିକ୍ଷା ସହିତ ସହିତ ନିଜର ମାତୃଭାଷାରେ ମଧ୍ୟ ପାରଦର୍ଶୀ ହେବା। ଜମ୍ମୁ-କାଶ୍ମୀର ମାତ୍ର ନୁହେଁ, ସମଗ୍ର ଭାରତରେ ଆମେ ଦେଖୁଛୁ ଯେ ମାତୃଭାଷାର ପ୍ରୟୋଗରେ ପ୍ରଶାସନ ଓ ଶିକ୍ଷା — ଦୁଇଥିରେ ପାରଦର୍ଶିତା ଓ ସହଜତା ବଢ଼ୁଛି।

ଆସନ୍ତା ଦିନରେ ସ୍ୱଭାଷା ଆମକୁ ଆତ୍ମନିର୍ଭର ଓ ଆତ୍ମଗୌରବପୂର୍ଣ୍ଣ କରିବ। ମୁଁ ହିନ୍ଦୁସ୍ଥାନ ସମାଚାର ଏହି କାର୍ଯ୍ୟକ୍ରମକୁ ଏହି ସାର୍ଥକ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଉଛି ଓ ଆଶ୍ୱାସନ ଦେଉଛି ଯେ, ସ୍ୱଭାଷାର ପଥରେ ଚାଲି , ଆମେ ବିକଶିତ ଭାରତର ସଙ୍କଳ୍ପକୁ ପୂରଣ କରିବା।

ଭାରତୀୟ ଭାଷାର 22ଜଣ ବିଦ୍ୱାନଙ୍କୁ ସମ୍ମାନିତ କରାଗଲା। ଏହି ଅବସରରେ 22ଟି ଭାରତୀୟ ଭାଷାର ବିଦ୍ୱାନଙ୍କୁ ଭାରତୀୟ ଭାଷା ସମ୍ମାନ ସହିତ ସମ୍ମାନିତ କରାଯାଇଥିଲା। ଏଥିରେ ଡା. ଅନିଲ କାଶୀନାଥ ସର୍ଜେ (ମରାଠି), ଡା. ଏମ. ସନ୍ତୋଷ କୁମାର (ତାମିଳ), ଡା. କୁଲଦୀପ ସିଂହ (ପଞ୍ଜାବୀ), ଡା. ମୋତିଲାଲ ଗୁପ୍ତ ‘ଆଦିତ୍ୟ’ (ହିନ୍ଦୀ), ଡା. ଶୀଳବନ୍ତ ସିଂହ (ସିଭିଲ୍ ସର୍ଭିସ), ଡା. ସି. ଶିବକୁମାର ସ୍ୱାମୀ (କନ୍ନଡ), ପ୍ରୋ. ଦେବାଶିଷ ପାତ୍ର (ଓଡ଼ିଆ), ପ୍ରୋ. ବି. ବିଶ୍ୱନାଥ (ତେଲୁଗୁ), ପ୍ରୋ. ବୃଜଭୂଷଣ ଓଝା (ସଂସ୍କୃତ), ବିନାୟକ ବନର୍ଜୀ (ବଙ୍ଗାଳୀ), ଡା. ଭାଗ୍ୟେଶ ବାସୁଦେବ ଝା (ଗୁଜରାଟୀ), ମନୋଜ ‘ଭାବୁକ’ (ଭୋଜପୁରୀ), ଡା. ପ୍ରେମରାଜ ନୂପାନେ (ନେପାଳୀ), ଡା. ବିକାଶ ଜ୍ୟୋତି ବୋରଠାକୁର (ଆସାମୀୟ), ଡା. ଶିଭାନୀ ବି (ମଲୟାଳମ୍), ଡା. ତେନ୍ଜିନ ନିମା ନେଗୀ (ତିବ୍ବତୀୟ ଭାଷା), ଡା. ରାମକୁମାର ଝା (ମୈଥିଲୀ ଭାଷା), ସୁନ୍ଦରଦାସ ଗୋହରାନୀ (ସିନ୍ଧୀ), ନବନୀତ କୁମାର ସହଗଲ, ଡା. ନୀଳାକ୍ଷୀ ଚୌଧୁରୀ (ବିଧି ଏବଂ ନ୍ୟାୟ), ଡା. ସୌରଭ ରାୟ (ପତ୍ରକାରିତା) ଓ ସନ୍ତୋଷ ମଧୁପ (ପତ୍ରକାରିତା) ସମ୍ମିଳିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande