ଖୋର୍ଦ୍ଧା, ୧୩ ସେପ୍ଟେମ୍ବର(ହି.ସ.) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ-୨୦୨୫ ଶନିବାର ଉଦଯାପିତ ହୋଇଯାଇଛି। ଗତକାଲି ଉତ୍ସାହ - ୨୦୨୫ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହକ-୨୦୨୫ ଖୋର୍ଦ୍ଧା ବି ଜେ ବି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ମହକ ୨୦୨୫ କୁ ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି , ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ଇନ୍ଦିରା ରଥ, ଶିଶୁ କଲ୍ଯାଣ ସମିତି ର ସଦସ୍ୟ ସ୍ୱପ୍ନ ସ୍ୱପ୍ନା ତ୍ରିପାଠୀ ଏବଂ ମନୀଷା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ଏହି କାର୍ଯ୍ୟ କ୍ରମର ଆଭିମୁଖ୍ୟ ଉପ ଉପରେ ଆଲୋଚନା କରିଥିଲେ। ଦୁଇ ଦିଅ ଧରି ଏହି ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ - ୨୦୨୫ ରେ ଫୁଟବଲ, କ୍ୟାରମ, ଚେସ, ୧୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ନୃତ୍ୟ, ସଙ୍ଗୀତ, ବକ୍ତୃତା, ପ୍ରଶ୍ନୋତରୀ ଏବଂ ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ବାସୀମାନେ ଭାଗ ନେଇଥିଲେ। ଆଜି ଅପରାହ୍ନରେ ଉଦଡଜାପାନ ଉତ୍ସବରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ବ୍ରଜ କିଶୋର ମହାପାତ୍ର, ମନୀଷା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ଓଡ଼ିଶାର ଜଣାଶୁଣା ଚଳଚିତ୍ର ଜଗତର ସଙ୍ଗୀତଜ୍ଞ ଶୈଳେନ୍ଦ୍ର ପାତ୍ର, ଗୀତିକାର ସୂର୍ଯ୍ୟ ଶ୍ରୀକାନ୍ତ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ମେଡାଲ ଦେଇ ସମ୍ୱନ୍ଧିତ କରିଥିଲେ । ବାଳିକା ୧୦୦ ମିଟର ଦଉଡାରେ ସୁଭଦ୍ରା ମହତାବ ସେବ ସବା ସଦନର ନରସୀମା ବେଗମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନେହେରୁ ସେବା ସଂଘର ସଂଗୀତା ବେହେରା ୨ୟ ଏବଂ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଗଙ୍ଗା ନାୟକ ୩ ୟ ସ୍ଥାନ ଅକାର କରିଛନ୍ତି। ସେହିପରି ବାଳକ ୧୦୦ ମିଟର ଦୌଡରେ ଏସ ଓ ଏସ ଶିଶୁ ଯତ୍ନ ତ୍ନ ଅନୁଷ୍ଠାନର ରଶ୍ମୀ ରଞ୍ଜନ ଦେହୁରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଦୃତ ର ଏନ. ଗଣେଶ ୨ ୟ ଏବଂ ରାହୁଲ ମହାରଣା ୩ ୟ । ଉଚ୍ଚ ଡିଆଁ ଡି ବାଳିକା ରେ ଏସ ଓ ଏସ ର ର ଝରଣା ପ୍ରଧାନ ପ୍ରଥମ ଏବଂ ଆଦୃତ ର ଦୀପାଲି ମାଝୀ ୨ ୟ । ଲାମ୍ବା ଡିଆଁ ବାଳକ ରେ ଏସ ଓ ଏସ ର ବାବୁ ରାଓ ପ୍ରଥମ ଶ୍ରେଣୀ ଅଧିକାର କରିଥିବା ବେଳେ ନୃତ୍ଯ ପ୍ରତିଯୋଗିତାରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରଙ୍କନରେ ଏସ ଓ ଏସ ର ମାମିନା ମିନା ସିଂହ, ପ୍ରଶ୍ନୋତରୀ ରେ ଶ୍ରୀ ଆନନ୍ଦ ଆଶ୍ରମର ଏ ଏନ ନରେଶ ରାଓ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏ ସମସ୍ତ କୃତୀ ପ୍ରତିଯୋଗୀ ମା ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ - ୨୦୨୫ ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ଦୁଇ ଦିନ ଧରି ଚାଲୁ ଥୁବା ମହକ ଓ ଉତ୍ସାହ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଶଚିନ୍ଦ୍ର ନାଥ ସାହୁ, ଅଶୋକ କୁମାର ସେଠୀ, ସୁକାନ୍ତ କୁମାର ପୃଷ୍ଟି, ରଞ୍ଜନ କୁମାର ଗୋଛାୟତ, ରିତାଞ୍ଜାଳୀ ମହାନ୍ତି, ମାନସ୍ପିନୀ ମହାପାତ୍ର, ସତ୍ୟବ୍ରତ ସମାନ୍ତରା, ସଚିଦାନନ୍ଦ ସେଠୀ, ଶୁଭାଶିଷ ପଟ୍ଟନାୟକ, ନିରାଲି ପ୍ରଧାନ, ଅର୍ଚନା ରାୟ, ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭୈରବୀ କ୍ଲବ ଏବଂ ବିଶ୍ୱ ଜୀବନ ସେବା ସଂଘର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ