କେନ୍ଦ୍ରାପଡା, ୧୩ ସେପ୍ଟେମ୍ବର (ହି.ସ.): ଏକ ଭରଣ ପୋଷଣର ମାମଲା ବହୁତ ଦିନ ବିଚାରଧିନ ରହିଥିଲା। ଏଥିରେ ସାକ୍ଷୀ ଜଣକ ବୟସର ଶେଷ ସୀମାରେ ଥିବାରୁ କୋର୍ଟକୁ ଆସି ସାକ୍ଷୀ ଦେବା ତାଙ୍କ ପକ୍ଷରେ ସମ୍ଭବ ନଥିବାରୁ ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶରେ କୋର୍ଟ କର୍ମଚାରୀ କମ୍ପ୍ୟୁଟର ସହ ତାଙ୍କ ଘରେ ପହଁଚି ସାକ୍ଷ୍ୟ କାର୍ଯ୍ୟକ୍ରମ କରିଥିଲେ। ଘଟଣାରୁ ପ୍ରକାଶ ଯେ ପରିବାର ଅଦାଲତର ସି.ପି କେଶ୍ ନମ୍ବର- ୧୧୮/୨୦ରେ ମୋନାଲିସା ପରିଡା ତାଙ୍କ ସ୍ୱାମୀର ମୃତ୍ୟୁ ପରେ ଶ୍ୱଶୁରଙ୍କ ଠାରୁ ଭରଣ ପୋଷଣ ପାଇଁ ମାମଲା ରୁଜୁ କରିଛନ୍ତି। ଶ୍ୱଶୁର ଶଙ୍କର୍ଷଣ ପରିଡା (୮୩) ଏରା ଗ୍ରାମର ଅସୁସ୍ଥ ଥାଇ ଶଯ୍ୟାଶାୟୀ ଥିବାରୁ କୋର୍ଟରେ ପହଁଚି ସାକ୍ଷ୍ୟ ଦେବା ସମ୍ଭବ ନ ହେବାରୁ ମାନ୍ୟବର ପରିବାର ଅଦାଲତ୍ ବିଚାରପତି ଦେବାଶିଷ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କମ୍ପ୍ୟୁଟର କିରାଣୀ ମନୋଜ କୁମାର ସ୍ୱାଇଁ ଓ ଉତ୍ତମ ପ୍ରସାଦ ଜେନା ତାଙ୍କ ଘରେ ପହଁଚି ଭିଡିଓ ମାଧ୍ୟମରେ ସାକ୍ଷ୍ୟ କାର୍ଯ୍ୟକ୍ରମ କରିଥିଲେ।
ହିନ୍ଦୁସ୍ଥାନ ସମାଚାର /ରବି
---------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ