କୋରେଇ, ୧୩ ସେପ୍ଟେମ୍ବର (ହି.ସ.) - ବେଆଇନ ବାଲି ଚାଲାଣ ଉପରେ ଖଣି ବିଭାଗ ଚଢାଉ ଜାରି ରଖିଛି । ଏହି କ୍ରମରେ ଆଜି ଖଣି ବିଭାଗ ପକ୍ଷରୁ ସଠିପୁର ଠାରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଖଣିବିଭାଗ ଚଢାଉ କରିଥିଲା । ସେଠାରେ ହାଇୱା ଓ ମିନିଟ୍ରକରେ ବାଲି ଆସୁଥିବା ବେଳେ ତାକୁ ଅଟକାଇ ଯାଂଚ କରାଯାଇଥିଲା । ହେଲେ ସେମାନେ ବେଆଇନ ବାଲି ଚାଲାଣ ଜାଣିବା ପରେ ଉକ୍ତ ଗାଡି ଦୁଇଟିକୁ ଖଣି ବିଭାଗ ଜବତ କରି ପାଣିକୋଇଲି ପୁଲିସକୁ ଜବତ କରିଥିଲେ । ଏହି ଚଢାଉରେ ଜୁନିୟର ମାଇନିଂଗ ଅଧିକାରୀ ଅଶୋକ କୁମାର ମହାନ୍ତି, ଶେଖର କୁମାର ମହାନ୍ତି, ଦିପ୍ତିରେଖା ସେଠୀଙ୍କ ସମତେ ପୁଲିସ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ