ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ଵ ଅଦାଲତ ପରିସର ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଟାଙ୍ଗୀ, ଚିଲିକା ଓ ବେଗୁନିଆ ଠାରେ ଅନୁଷ୍ଠିତ ହୋଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୨୬୮୦୨ ଗୋଟି ମାମଲା ଆଗତ କରାଯାଇ ୯୬୧୫୬ ଗୋଟି ମାମଲାର ଫାଇସଲା କରାଯାଇଥିବା ବେଳେ ସମୁଦାୟ ୧୭ କୋଟି ୭୧ ଲକ୍ଷ ୨୮୪୬ ଟଙ୍କା ଜୋରିମାନା/ରାଜିନାମା/ରାଜସ୍ବ ଆଦାୟ ହେବା ପାଇଁ ସ୍ଥିରୀକୃତ ହେଇଥିଲା।
ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ ତଥା ଭୁବନେଶ୍ୱର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତିଙ୍କ ସମେତ ବହୁ ପଦସ୍ଥ ବିଚାରବିଭାଗୀୟ ଅଧିକାରୀ ମାନେ ଲୋକ ଅଦାଲତରେ ଉପସ୍ଥିତ ରହି ରେକର୍ଡ ସଂଖକ୍ୟ ମାମଲା ଫୈସଲା କରିଥିଲେ। ସୂଚନାଯୋଗ୍ୟ,ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ସାଲିସ ଯୋଗ୍ୟ ଜମିଜମା, ଫୌଜଦାରୀ, ରାଜସ୍ବ, ଗାଡିମୋଟର ଦୁର୍ଘଟଣା, ପାରିବାରିକ ଓ ବୈବାହିକ ମାମଲା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ୍ ଓ ଜଳ ଯୋଗାଣ, ବ୍ୟାଙ୍କ୍ ଋଣ ଅନାଦେୟ ଓ ଅନ୍ୟାନ୍ୟ ବହୁ ଜନ ଉପଯୋଗୀ ମାମଲା ମାନ ଫୈସଲା କରା ଯାଇଥିଲା।
ପ୍ରାଧିକରଣଙ୍କ ଭାରପ୍ରାପ୍ତ ସଚିବ ଶ୍ରୀ ସବ୍ୟସାଚୀ ପ୍ରଧାନ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରୁ ହସ୍ତଗତ ହୋଇଥିଲା ଲୋକ ଅଦାଲତର ଫଳାଫଳ କୁ ଜିଲ୍ଲା ଜଜ୍ଙ୍କ ପାଖରେ ଉପସ୍ଥାପନା କରିବା ସହ ଏହାର ସାମଗ୍ରିକ ସଫଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ବ ଅଧିକାରୀ, ଟେଲିକମ, ଆଞ୍ଚଳିକ ତଥା ରାଷ୍ଟ୍ରୀୟ ଜାତୀୟ କାରଣ ବ୍ୟାଙ୍କ୍ ଅଧିକାରୀ ଓ ଶାଖା ପରିଚାଳକ, ଆଇନଜୀବୀ, ବୀମା ଅଧିକାରୀ, ଅଦାଲତ ଏବଂ ପ୍ରାଧିକରଣଙ୍କ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଦେବା ସହ ପରବର୍ତ୍ତୀ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୩.୧୨.୨୦୨୫ ପାଇଁ ଆଗୁଆ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ