କେନ୍ଦ୍ରାପଡ଼ା,୧୩ା୯ : ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ (ଆଲୁମୁନି ଆସୋସିଏସନ୍) ପକ୍ଷରୁ ଏକ ବୈଠକ ପୂର୍ବ କାର୍ଯ୍ୟସୂଚୀ ମୁତାବକ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କ ଅନୁମୋଦନ କ୍ରମେ ନୂତନ କାର୍ଯ୍ୟକାରୀ କମିଟିରେ ସଭାପତି ଭାବେ ଯୁବ ଆଇନଜୀବୀ ଶାନ୍ତି ସ୍ୱରୂପ ଭୂୟାଁଙ୍କୁ ମନନ୍ୱିତ କରାଯାଇଥିବା ବେଳେ ସମ୍ପାଦକ ଭାବ ଆଇନଜୀବୀ ବିଭୂତି ଭୂଷଣ କର ଏବଂ ଉପସଭାପତି ଭାବେ ହାଡିବନ୍ଧୁ ସିଂହଙ୍କୁ ସହସମ୍ପାଦକ ଭାବେ ଆଇନଜୀବୀ ଅପୂର୍ବ ରଞ୍ଜନ ସେଠୀ, କୋଷାଧ୍ୟକ୍ଷ ଭାବେ ମମତାମୟୀ ସାମଲଙ୍କୁ ସର୍ବସମ୍ମତି କ୍ରମେ ବଛା ଯାଇଥିବା ବେଳେ ସେହିପରି ସଭ୍ୟ ଭାବରେ କଳିଙ୍ଗ କେଶରୀ ବେହେରା, ପ୍ରଦୀପ କୁମାର ଦାଶ, ନେହେରୁ କୁମାର ସାହୁ, ସୁଶାନ୍ତ କୁମାର ମହାନ୍ତି, ଯୁବ ଆଇନଜୀବୀ ପ୍ରଦ୍ୟୁମ୍ନ ରାଉତ, ନିଶିଥ ଚକ୍ରବର୍ତ୍ତୀ, ଶକ୍ତିଶ୍ରୀ ଲେଙ୍କା, ପ୍ରତାପ ଚନ୍ଦ୍ର ଦାଶ, ବରିଷ୍ଠ ଆଇନଜୀବୀ ସେକ ଅଜିମୁଦ୍ଧିନ, ନିହାରିକା ଦାସ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଠା ମଣ୍ଡଳୀରେ ଭଗବତୀ ପ୍ରସାଦ ଦାସ, କଲେଜର ଅଧ୍ୟକ୍ଷ ରବିନ୍ଦ୍ର ପ୍ରସାଦ ବଳ, ନୃସିଂହ ଚରଣ ରାଉତ, ଧନେଶ୍ୱର ସାହୁ, ଅମ୍ରିତା ମିଶ୍ର, ବିନୋଦ କୁମାର ବେହେରା, ମାତୃଦତ୍ତ ମହାନ୍ତିଙ୍କୁ ମନୋନୀତ କରାଗଲା। ନୂଆକରି ଦାୟିତ୍ୱ ଗ୍ରହଣ କରିବାକୁ ଥିବା କାର୍ଯ୍ୟକାରୀ କମିଟିର ଶପଥ ଗ୍ରହଣ ଉତ୍ସବ ଆସନ୍ତା ୨୬ତାରିଖକୁ ସ୍ଥିର କରା ଯାଇଥିବା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ