ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମହତ୍ୟା ନିରୋଧ ସପ୍ତାହ ପାଳନ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହଯୋଗରେ ଆତ୍ମହତ୍ୟା ନିରୋଧ ସପ୍ତାହ ଏକ କର୍ମଶାଳା ମାଧ୍ୟମରେ ପାଳିତ ହୋଇଯାଇଛି। ବିଭିନ୍ନ ମାନସିକ ଚାପର ବଶବର୍ତୀ ହୋଇ ବିଷାଦଗ୍ରସ୍ତ ଜୀବନ ବରଦାସ୍ତ କରିନ ପାରି ବହୁ ଲୋକ ଆତ୍ମହତ୍ୟା ବାଟ
MANDARI SCHOOL ATMAHATYA NIRODH


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହଯୋଗରେ ଆତ୍ମହତ୍ୟା ନିରୋଧ ସପ୍ତାହ ଏକ କର୍ମଶାଳା ମାଧ୍ୟମରେ ପାଳିତ ହୋଇଯାଇଛି। ବିଭିନ୍ନ ମାନସିକ ଚାପର ବଶବର୍ତୀ ହୋଇ ବିଷାଦଗ୍ରସ୍ତ ଜୀବନ ବରଦାସ୍ତ କରିନ ପାରି ବହୁ ଲୋକ ଆତ୍ମହତ୍ୟା ବାଟ ଖୋଜିବା ସମାଜରେ ଏକ ଚିନ୍ତାର ବିଷୟ ହୋଇଛି। ଏହାକୁ ପ୍ରତିହତ କରିବାକୁ ହେଲେ ଏହି ମାନସିକ ରୋଗର କାରଣ ଲକ୍ଷଣ ପ୍ରତିକାର ନିମିତ ସଚେତନତାର ଆବଶ୍ୟକ ଅଛି ବୋଲି ଅଧ୍ୟକ୍ଷ ସତ୍ୟବ୍ରତ ଦାସଙ୍କର ସଭାପତିତ୍ୱ ରେ ଆଯୋଜିତ କର୍ମଶାଳାରେ ମୂଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ସୂର୍ଯ୍ୟମଣି ସତପଥୀ ମୂଖ୍ୟବକ୍ତା ଲୋନି ଲିଓନି ବେହେରା ଉପସ୍ଥିତ ଶତାଧିକ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇ ଛନ୍ତି ।କର୍ମଶାଳାରେ ଅବସରପ୍ରାପ୍ତ ଅଧାପକ ରମେଶ. ବେହେରା ସଂଚାଳନ କରିଥିବା ବେଳେ ଦେବେନ୍ଦ୍ର ନାୟକ , ନସିମା ଅକତାର ସହଯୋଗ କରିଥିଲେ।ଆଯୋଜନ ସଂଯୋଜକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି କର୍ମଶାଳାର ସଫଳତା ପାଇ ମହାବିଦ୍ୟାଳୟର କର୍ମଚାରୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande