ଏମ.ଏସ.ଏଫ ତରଫରୁ ବସ୍ତି ସରଦାରଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଛଡ଼ାକ ମହଲ୍ଲା ର ମାଇନୋରିଟି ଷ୍ଟୁଡେଂଟ ଫୋରମ (ଏମ.ଏସ.ଏଫ) କମିଟି ର ସମ୍ପାଦକ ଶେଖ ଇମଦାଦ ଓ ସମସ୍ତ ସହଯୋଗୀ ସଭ୍ୟଙ୍କ ଆନୁକୂଲ୍ୟରୁ ତାଜ ପେଲେସ ଠାରେ ସନ୍ଧ୍ୟା ୭ ଘଟିକା ସମୟରେ ବିଶିଷ୍ଟ କବି ମୁସ୍ତାକ ଗୌହର ଙ୍କ ସଂଚାଳନ ରୁ ସମ୍ବର୍ଦ୍ଧ
MSF BASTI SARDAR NKU SAMBARDHANA


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଛଡ଼ାକ ମହଲ୍ଲା ର ମାଇନୋରିଟି ଷ୍ଟୁଡେଂଟ ଫୋରମ (ଏମ.ଏସ.ଏଫ) କମିଟି ର ସମ୍ପାଦକ ଶେଖ ଇମଦାଦ ଓ ସମସ୍ତ ସହଯୋଗୀ ସଭ୍ୟଙ୍କ ଆନୁକୂଲ୍ୟରୁ ତାଜ ପେଲେସ ଠାରେ ସନ୍ଧ୍ୟା ୭ ଘଟିକା ସମୟରେ ବିଶିଷ୍ଟ କବି ମୁସ୍ତାକ ଗୌହର ଙ୍କ ସଂଚାଳନ ରୁ ସମ୍ବର୍ଦ୍ଧନା ସଭା ଆରମ୍ଭ ଅନୁଷ୍ଠିତ ହୋଇଯାଇଛି ଓ କିଛି ବର୍ଷ ପୂର୍ବେ ଏମ.ଏସ.ଏଫ କମିଟି ଗଠନ ହୋଇ ଶହେରୁ ଉର୍ଦ୍ଧ ସଭ୍ୟ ରହିଛନ୍ତି , ଉକ୍ତ କମିଟି ଗତ ତିନି ବର୍ଷ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି , ଏଥି ମଧ୍ୟରୁ ନୋ ଡ଼ିଯେ ମିଶନ କୁ ଗତ ଦୁଇ ବର୍ଷ ଧରି ପ୍ରତ୍ୟେକ ଗାଁ ଗାଁରେ ଏକ ସଭା ବସାଇ ଡ଼ିଯେ ନିଷେଧ କରିବା ପାଇଁ ପ୍ରକଳ୍ପ କରାଇଲେ , ବହୁଚେଷ୍ଟା ଓ ପରିଶେଷରେ ଚଳିତ ହଜରତ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ତଥା ଜଶ୍ନ-ଏ -ଇଦ ମିଲାଦୁନ ନବୀଙ୍କ ଜୁଲୁସ ଓ କାଫେଲା ଶୋଭାଯାତ୍ରାରେ ନୋ ଡ଼ିଯେ ନିଷେଧ କରି ଶାନ୍ତିଶୃଙ୍ଖଳା ସହିତ ମଦିନା ମଇଦାନରେ ପହଂଚିଥିଲେ ଓ ଏହି ସମ୍ବର୍ଦ୍ଧନା ସଭାରେ ହଜରତ ପ୍ରଫେଟ ମହମ୍ମଦଙ୍କ ପ୍ରାୟ ୮୦ ଜୁଲୁସ ଓ କାଫେଲା ସରଦାର ମାନଙ୍କୁ ଫୁଲତୋଡ଼ା , ପ୍ରମାଣପତ୍ର ଓ ଉତୋରୀୟ ସହିତ ସମ୍ବର୍ଦ୍ଧନା କରାଯାଇଥିଲା ଓ ଏହି ନୋ ଡ଼ିଯେ ମିଶନ ରେ ସାମିଲ ହୋଇ ସହଯୋଗ କରିଥିବାରୁ ଭଦ୍ରକର ସମସ୍ତ ମସଜିଦର ମୌଲାନା (ପଣ୍ଡିତ ) ମାନଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ଏବଂ ଏଥିରେ ସପୂର୍ଣ ସହଯୋଗ ଭଦ୍ରକ ମୁସଲିମ ଜମାତର ରହିଛି ଓ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା , ସମ୍ପାଦକ ଶେଖ ସିରାଜୁଦ୍ଦିନ , ସିରତ କମିଟିର ସଭାପତି ହାଜି ଅବଦୁଲ ମୁକିତ ଖାନ,ସମ୍ପାଦକ ଇଂ ହବିବୁଲ୍ଲା ଖାନ, କାର୍ଯ୍ୟକାରୀ ସଭାପତି ଅସରାଫ ଅଲି ଖାନ , ଲିଗଲ ସେଲ ଜମିଲ ଅଖତର ଖାନ, ନୂର ମୋଜାସ୍ସମ, ମିଡ଼ିଆ ସେଲ ଶେଖ ଅନୱର (ବାବୁ) ମିର୍ଜା ଏକ୍ରାମ ବେଗ , ଶେଖ ହବିବୁଲ୍ଲା ଓ ହାଜି କୈଉମ ଅଲି ଙ୍କୁ ଫୁଲତୋଡ଼ା ସହ ଉତୋରିଅ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଓ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡେପୁଟି କଲେକଟର କାର୍ତିକ ମଣ୍ଡଳ , ସମ୍ମାନିତ ଅତିଥି ଭାବେ ପୁରୁଣା ବଜ଼ାରର ସମାଜସେବୀ ବିଦ୍ୟାଧର ସାହୁ, ଟୋକା ଗଣେଷର ସଭାପତି ହରୀ ନନ୍ଦୀ, ଫଜ଼ଲେ ହକଙ୍କୁ ମଧ୍ୟ ଫୁଲତୋଡ଼ା ସହିତ ଉତୋରିଅ ପ୍ରଦାନ କରାଯାଇଥିଲା ଓ ଅତିଥି ତାଙ୍କ ବକ୍ତବ୍ୟ ରେ କହିଲେ ଯେଉଁ ମିଶନ କୁ ଧରି ଏମ.ଏସ.ଏଫ କମିଟି ସ୍ୱପ୍ନ ଦେଖିଥିଲା ତାହା ଆଜି ଭଦ୍ରକ ଶୋଭାଯାତ୍ରା ସହରରେ ସମ୍ପୂର୍ଣ ସଫଳତା ପୂରଣ ହୋଇଥିବାରୁ ଧନ୍ୟବାଦ ଜଣାଇଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande