ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ତୃତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ
ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଏବଂ ଜେଏମଏଫସି, ମାଥିଲି ଓ ଜେଏମଏଫସି, କୁଡୁମୁଲୁଗୁମା, ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ତୃତୀୟ ଜାତୀୟ
ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାକରଣ ଦ୍ବାରା ତୃତୀୟ  ଜାତୀୟସ୍ତରୀୟ ଲୋକ ଅଦାଲତ


ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଏବଂ ଜେଏମଏଫସି, ମାଥିଲି ଓ ଜେଏମଏଫସି, କୁଡୁମୁଲୁଗୁମା, ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ତୃତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରାଳୟ ତଥା ମାଥିଲି, ମୋଟୁ, କୁଡୁମୁଲୁ ଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ମୁଖ୍ୟ ଦଣ୍ଡାଧିକାରୀ, ମାଲକାନଗିରି ପ୍ରଦୀପ କୁମାର ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି ସନ୍ତୋଷ କୁମାର ଅଗ୍ରୱାଲ, ଜିଲ୍ଲା ଆଈନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାଧିକାରୀ, ମାଲକାନଗିରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟ କାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି ମାଥିଲି ପଦ୍ମଲାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, କୁଡୁମୁଲୁଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, ମାଲକାନଗିରି ଆଦିତ୍ୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଦମାର ଫଇସଲା କରିଥିଲେ ।

ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ ୧୬୫୧୬ଗୋଟି ମୋକଦ୍ଦମାର ଫଇସଲା କରାଯାଇ ୨୪୭୨୭୬୩ /- ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଲୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଈନ ସେବା ସମିତି, ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande