ବଲାଙ୍ଗିର, ୧୩ ସେପ୍ଟେମ୍ବର (ହି.ସ.)- ନରସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭା ସଂପାଦକ ଆଇଜିବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ସମୁହିକ ତିଳତର୍ପଣ ଅନୁଷ୍ଠିତ ହୋଇଅଛି । ଉପରୋକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ସନ୍ତୋଷ କୁମାର ଶତପଥି, ପଣ୍ଡିତ ଗୋକୁଳା ମିଶ୍ର, ପଣ୍ଡିତ କିଶୋର କୁମାର ମିଶ୍ର, ଶ୍ୟାମ ସୁନ୍ଦର ଦାଶ ପୌରହିତ୍ୟ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଏବଂ ନଗର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ସମ୍ପୁର୍ଣ୍ଣ ସହଯୋଗ କରିଥିବା ବେଳେ ଗୋପବନ୍ଧୁ ପୁରୋହିତ, ଲୋକନାଥ ନେପାକ, ଜୟରାମ ମିଶ୍ର ଏବଂ କିଶୋର ମୋହନ ମିଶ୍ର ପୂର୍ବପୁୁରୁଷଙ୍କ ଉପଲକ୍ଷେ ସମୁହିକ ଭାବରେ ତିଳତର୍ପଣ କରିଥିଲେ । ସୁଶ୍ରୀ ରାଜଶ୍ରୀ ତ୍ରିପାଠି ଏବଂ ରାମ ଶଙ୍କର ଶତପଥୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ