ଏନପିଏସ ଶିକ୍ଷକ ସଂଘର ପ୍ରତିବାଦ ସଭା
ବଲାଙ୍ଗିର, ୧୩ ସେପ୍େଟମ୍ବର (ହି.ସ.)- ସ୍ଥାନୀୟ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀର ଜିଲ୍ଲା ହାଇସ୍କୁଲ ଏନପିଏସ(ନୂତନ ପେନସନ ସ୍କିମ)ଶିକ୍ଷକ ସଂଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ପ୍ରବଳ ବେ ବର୍ଷା ସତ୍ୱେ ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ୧୪ଗୋଟି ବ୍ଲକ ରୁ ଶତାଧିକ ଶ
ଏନପିଏସ ଶିକ୍ଷକ ସଂଘର ପ୍ରତିବାଦ ସଭା


ଏନପିଏସ ଶିକ୍ଷକ ସଂଘର ପ୍ରତିବାଦ ସଭା


ଏନପିଏସ ଶିକ୍ଷକ ସଂଘର ପ୍ରତିବାଦ ସଭା


ବଲାଙ୍ଗିର, ୧୩ ସେପ୍େଟମ୍ବର (ହି.ସ.)- ସ୍ଥାନୀୟ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀର ଜିଲ୍ଲା ହାଇସ୍କୁଲ ଏନପିଏସ(ନୂତନ ପେନସନ ସ୍କିମ)ଶିକ୍ଷକ ସଂଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ପ୍ରବଳ ବେ ବର୍ଷା ସତ୍ୱେ ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ୧୪ଗୋଟି ବ୍ଲକ ରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଏହି ପ୍ରତିବାଦ ସଭାରେ ୨୦୦୪ ମସିହାରୁ ୨୦୧୩ମସିହା ମଧ୍ୟରେ ଓଡ଼ିଶାର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ଠିକା ଶିକ୍ଷକଙ୍କ ୬ବର୍ଷ ର ଠିକା ଚାକିରିକୁ ମୂଳ ଚାକିରିରେ ଗଣନା କରିବା ସହ ୬ଟି ନୋସନାଲ ଇଂକ୍ରିମେଂଟ ଯଥା ଶୀଘ୍ର ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା।ଏହା ସହ ମାଧ୍ୟମିକ ବିଦ୍ୟାଳୟ ରେ ବହୁ ସଂଖ୍ୟକ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଥିବାରୁ ଓଡ଼ିଶାର ମାଧ୍ୟମିକ ଶିକ୍ଷା ଅବସ୍ଥା ଶୋଚନୀୟ ହେବା ପ୍ରସଙ୍ଗ ସହ ତାଳିମ ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ବରିଷ୍ଠତା ତାଳିକା ପ୍ରକାଶନରେ ଅହେତୁକ ବିଳମ୍ବ ହେବା ପ୍ରମୁଖ ଦାବୀ ଉପସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଏହି ପ୍ରତିବାଦ ସଭାରେ ବଲାଙ୍ଗୀର ଜିଲ୍ଲା ର ଶିକ୍ଷକ ନେତା ମନୋରଞ୍ଜନ ସାହୁ, ଶିକ୍ଷାବିତ ନରେନ୍ଦ୍ର ମିଶ୍ର,ଡୋଳାମଣୀ ସାହୁ, ଶରତ ନାଗ, ବିନୋଦ ମିଶ୍ର, ସୁଧାଂଶୁ ବାରିକ,ଦେବାଶିଷ ବିଶି, ଦୀପାଞ୍ଜଳି ଯୋଶୀ, ବୀର କିଶୋର ସୁନା, କପିଳେଶ୍ୱର କୁମ୍ଭାର, ଶକ୍ତିବାଇ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ। ସଭାକୁ ହେମନ୍ତ ବାରିକ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଦ୍ୱିତୀ ରଞ୍ଜନ ମହାଲିଙ୍ଗ। ପ୍ରତିବାଦ ସଭା ପରେ ବିରାଟ ରାଲି ରେ ସମସ୍ତ ଏନପିଏସ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଦାବୀ ଗୁଡିକ ଶୀଘ୍ର ପୂରଣ ନ ହେଲେ ଚଳିତ ମାସ ୨୨ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲା ର ସମସ୍ତ ଏନପିଏସ ଶିକ୍ଷକ, ଶିକ୍ଷୟତ୍ରୀ ସମୂହ ଛୁଟିରେ ଯାଇ ଯୋଗଦେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

------------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande