ଦୋକାନର କୋଠା ଉପରେ ଭୂଷୁଡି ପଡ଼ିଲା ଉପର ମହଲା କୋଠାର ଛାତ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ ବନ୍ଦ ରଖିବାକୁ ନିର୍ଦ୍ଦେଶ
Bhubaneswar, 13 ସେପ୍ଟେମ୍ବର (ହି.ସ.) ଜୟପୁର କୋରାପୁଟ ସଦର ମହକୁମାରେ ଏକ ବଡ଼ ଅଘଟଣ ଘଟିଛି।କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଏକ ଦୋକାନର କୋଠା ଉପରେ ପ୍ରଥମ ମହଲା କୋଠାର ଛାତ ଭୁଷୁଡି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ୬୨ ବର୍ଷୀୟ ଲୋକନାଥ ପାତ୍ର ବୋଲି ଜଣା ପଡ଼ିଛି।
ଦୋକାନର କୋଠା ଉପରେ ଭୂଷୁଡି ପଡ଼ିଲା ଉପର ମହଲା କୋଠାର ଛାତ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ  ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ ବନ୍ଦ ରଖିବାକୁ ନିର୍ଦ୍ଦେଶ


Bhubaneswar, 13 ସେପ୍ଟେମ୍ବର (ହି.ସ.)

ଜୟପୁର

କୋରାପୁଟ ସଦର ମହକୁମାରେ ଏକ ବଡ଼ ଅଘଟଣ ଘଟିଛି।କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଏକ ଦୋକାନର କୋଠା ଉପରେ ପ୍ରଥମ ମହଲା କୋଠାର ଛାତ ଭୁଷୁଡି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ୬୨ ବର୍ଷୀୟ ଲୋକନାଥ ପାତ୍ର ବୋଲି ଜଣା ପଡ଼ିଛି। ଦୋକାନରେ ରହିଥିବା ଫ୍ରିଜ କୁ ସ୍ଥାନାନ୍ତର କରୁଥିବା ସମୟରେ ହଠାତ ଉପର ମହଲା କୋଠାର ଛାତ ଖସି ପଡ଼ିଥିଲା।ଦୋକାନରେ ଥିବା ୩ ଜଣ ଖସି ପଳେଇ ଆସିଥିବା ବେଳେ ମୋର ବଡ ଭାଇଙ୍କ ଉପରେ ଛାତ ପଡିଯାଇଥିଲା ବୋଲି ସାନ ଭାଇ ହରି ପାତ୍ର କହିଛନ୍ତି। ଦୋକାନ ଗୃହ ଅସୁରକ୍ଷିତ ଥିବାକୁ ବାରମ୍ବାର କ୍ରିଟ ସଂସ୍ଥାକୁ ଜଣାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି।କିନ୍ତୁ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବାରୁ ଏଭଳି ଅଘଟଣ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି। ଦୋକାନ ସମ୍ମୁଖରେ ପାନ ଦୋକାନ କରି ପରିବାର ଚଳାଉଥିବା ଲୋକନାଥ ପାତ୍ର ଛାତ ତଳେ ଚାପି ହୋଇ ରହି ଯାଇଥିଲେ।ଖବର ପ୍ରଚାର ହେବା ମାତ୍ରେ ୩ ଟି ଜେସିପି ମେସିନ ସହ ଓଡ୍ରାଫ ଟିମ ଏବଂ କୋରାପୁଟ, ଜୟପୁର, ସେମିଳିଗୁଡା ଏବଂ ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗ କର୍ମଚାରୀ ତଲାସି କୁକୁର ନେଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୂ ଭତ୍ରା, ଏସପି ରୋହିତ ବର୍ମା,ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ , ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ଅନ୍ୟମାନେ ମଧ୍ୟ ସେଠାରେ ପହଞ୍ଚି ଥିଲେ। କଟର ଦ୍ଵାରା ଛାତ କାଟି ଚାପି ହୋଇ ରହିଥିବା ଲୋକନାଥ ପାତ୍ରଙ୍କୁ ତୁରନ୍ତ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲକୁ ନିଆ ଯାଇଥିଲା ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ଅନ୍ୟ ପକ୍ଷରେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଅନୁରୋଧ କରା ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୂଚନା ଦେଇଛନ୍ତି।

ଏହି ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଭୁଷୁଡି ଥିବା ଦୋକାନ କୋଠା କୁ ଲାଗି ଅତି ପୁରୁଣା ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ ରହିଛି।ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ ର ଦୋକାନୀ ମାନଙ୍କୁ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ମାଇକ ଦ୍ୱାରା ପ୍ରଚାର କରାଯାଉଥିବା ଲକ୍ଷ୍ୟ କରାଯାଇଛି।ଏହି ନିର୍ଦ୍ଦେଶର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande