ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜ଼ିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ଥିବା ବେଳେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣ ର ଭାରପ୍ରାପ୍ତ ସଚିବ ଅରୋଲିପି ପରିଜା ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୫୦୪୪୩୮୧୨.୬୫ ଟଙ୍କାରେ ୧୨୮୦ ଟି ମୋକଦ୍ଦମମା ର ଆପୋଷ ସମଧାନ ହୋଇ ଥିଲା । ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲ ର ବିଚରାଧୀନ ଥିବା ୪୨ଟି ମାମଲାର ୩୧୭୨୧୭୦୦ ଟଙ୍କାରେ, ୪୫ଟି ଚେକ ବୌନ୍ସ, ପୁନଃରୁଦ୍ଧାର ମାମଲା ୭୫୩୧୮୪୧ ଟଙ୍କାରେ, ୩୦ଟି ବୈବାହିକ ବିବାଦ, ୫୯୨ ଟି ରାଜସ୍ୱ ମୋକଦ୍ଦମା, ୧୩୨୩୫୩ ଟଙ୍କାରେ, ୧୧୩ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୨୬୮ ଟି ବ୍ୟାଙ୍କ ଋଣ ମାମଲା ୬୭୫୭୦୭୯ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ ର ଟେଲିଫୋନ ବିଲ ସମ୍ବନ୍ଧୟ ୧୧ ଟି ମାମଲା ୨୧୪୮୨ ଟଙ୍କାରେ, ବିଦ୍ୟୁତ୍ ବିଭାଗ ର ୫୭ଟି ମାମଲା ୧୨୦୫୦୦୦ ଟଙ୍କାରେ ଆପୋଷ ବୁଝା ମଣା ମାଧ୍ୟମରେ ସମାଧାନ କରାଯାଇଅଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ