ଶ୍ରମ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର ଓ ସହାୟତା
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶ୍ରମ ଆୟୁକ୍ତ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲାପାଳ ଭଦ୍ରକ ଙ୍କ ଅନୁମୋଦନ କ୍ରମେ , ପ୍ରଭାଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା ,ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତନ) ଭଦ୍ରକ, ପ୍ରେମ ମଞ୍ଜରୀ ନାୟକ ଙ୍କ ପ୍ରଚେଷ୍ଟାରେ ,ସହ
SRAMA BIBHAGA SAHAYATA


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶ୍ରମ ଆୟୁକ୍ତ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲାପାଳ ଭଦ୍ରକ ଙ୍କ ଅନୁମୋଦନ କ୍ରମେ , ପ୍ରଭାଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା ,ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତନ) ଭଦ୍ରକ, ପ୍ରେମ ମଞ୍ଜରୀ ନାୟକ ଙ୍କ ପ୍ରଚେଷ୍ଟାରେ ,ସହକାରୀ ଶ୍ରମ ଅଧିକାରୀ, ଭଦ୍ରକ , ସଂଜିତ କୁମାର ଦେଓ ଓ ସୁରେନ୍ଦ୍ର ବିକ୍ରମ ଜେନା , ଷ୍ଟାଫ,ଙ୍କ ପ୍ରୟାସ ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ରେ ଜିଲ୍ଲା ଶ୍ରମ ଅଧିକାରି ଖୋର୍ଦ୍ଧ୍‌। ପ୍ରଭାକର ବିଶ୍ୱାଳ ଙ୍କ ଉପସ୍ଥିତିରେ ଏର୍ଣକୁଲମ୍ ,କେରଳ ବାର୍ଡ କଂପାନୀକୁ କାର୍ଯ୍ୟ କରିବାକୁ ଯାଇଥିବା ଭଦ୍ରକ ବ୍ଲକର , ପାନିଭଣ୍ଡ।ର ,କେଶପୂର୍ ନିବାସୀ,ପ୍ରବାସୀ ଓଡ଼ିଆ ଶ୍ରମିକ ସ୍ୱର୍ଗତ ଇତିଶ୍ରୀ ମଲ୍ଲିକ ଙ୍କର ମରଶରୀର କୁ ତାଙ୍କ ଭଉଣୀ ମାମ।ଲି ମଲ୍ଲିକ ଓ ସମ୍ପର୍କୀୟ ଙ୍କୁ (ବିମାନ ବନ୍ଦର ତରଫ ରୁ ହସ୍ତାନ୍ତର କରାଗଲା। ପୁନଶ୍ଚ, ସ୍ୱର୍ଗତ ଇତିଶ୍ରୀ ମଲ୍ଲିକ ଙ୍କ ମରଶରୀର ସହିତ ତାଙ୍କ ଭଉଣୀ ଓ ସଂପର୍କୀୟ ଆମ୍ବୁଲାନ୍ସ ନମ୍ବର- ଓଡି୦୨ସିଜି୬୮୩୫ ଯୋଗେ ଶବ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଯାତ୍ରା କଲେ। ଶ୍ରମ ବିଭାଗ ର ପ୍ରବାସୀ ଶ୍ରମିକ ସହାୟତ। ପାଣ୍ଠି ତରଫରୁ ଜିଲ୍ଲାପାଳ ଙ୍କ ଅନୁମୋଦନ କ୍ରମେ ଅଗ୍ରୀମ ୪୯୫୦୦/- ଟଙ୍କ। ସହାୟତା ରାଶି ପ୍ରଦାନ କରାଯାଇଅଛି ବୋଲି ଇତିଶ୍ରୀ ମଲ୍ଲିକ ଙ୍କ ପରିବାର ଲୋକ ସାହାଯ୍ୟ ପାଇଛନ୍ତି ବୋଲି ମତ ଦେଇଛନ୍ତି।ପୁରୀ ସ୍ୱର୍ଗଦ୍ୱାର ରେ ସୁରୁଖୁରୁ ରେ ଶବ ସତ୍କାର ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଯୋଗାଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande