ଘର ପାଚେରୀ ଭାଙ୍ଗି ଭିତରକୁ ପଶିଗଲା କାର,ଅଳ୍ପକେ ବର୍ତିଲେ ପରିବାର
ସୁବର୍ଣ୍ଣପୁର, ୧୩ ସେପ୍େଟମ୍ବର (ହି.ସ.)- ଗତକାଲି ରାତି ପ୍ରାୟ ୧୦ରୁ ୧୧ଘଂଟା ସମୟରେ ଦୃତ ଗତିରେ ଆସୁଥିବା ଏକ କାର ଅଚାନକ ଭାରସାମ୍ୟ ହରାଇ ଏକ ଘରର ପାଚେରୀ ଭାଙ୍ଗି ଦେଇ ଘରକୁ ପଶି ଯାଇଥିଲା ।ଫଳରେ ଘରେ ଥିବା ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବଂଚ ଯାଇଛନ୍ତି ।ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନ
ଘର ପାଚେରୀ ଭାଙ୍ଗି ଭିତରକୁ ପଶିଗଲା କାର,ଅଳ୍ପକେ ବର୍ତିଲେ ପରିବାର


ସୁବର୍ଣ୍ଣପୁର, ୧୩ ସେପ୍େଟମ୍ବର (ହି.ସ.)- ଗତକାଲି ରାତି ପ୍ରାୟ ୧୦ରୁ ୧୧ଘଂଟା ସମୟରେ ଦୃତ ଗତିରେ ଆସୁଥିବା ଏକ କାର ଅଚାନକ ଭାରସାମ୍ୟ ହରାଇ ଏକ ଘରର ପାଚେରୀ ଭାଙ୍ଗି ଦେଇ ଘରକୁ ପଶି ଯାଇଥିଲା ।ଫଳରେ ଘରେ ଥିବା ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବଂଚ ଯାଇଛନ୍ତି ।ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ରାମପୁର ମୁଖ୍ୟ ରାସ୍ତାର ବିନିକା ଠାରୁ ୩କିମି ଦୂର ବେଲପଡ଼ା ଛକରେ। କାରଟି ଦୃତ ଗତିରେ ରାମପୁର ପଟରୁ ବିନିକା ଆଡ଼କୁ ଆସୁଥିଲା ହେଲେ ଅଚାନକ ଭାରସାମ୍ୟ ହରାଇ ବେଲ ପଡ଼ା ଛକ ନିକଟରେ ଏକ ଘରର ପାଚେରୀ କୁ ଭାଙ୍ଗି ଦେଇ ଘରକୁ ମାଡ଼ି ଯାଇଥିଲା ଗାଡ଼ିରେ ଥିବା ୪ଜଣ ବ୍ୟକ୍ତି ମଧ୍ୟ ବର୍ତୀ ଯାଇଥିବା ବେଳେ ଘର ପରିବାର ଲୋକେ ମଧ୍ୟ ମୃତ୍ୟୁ ମୁଖରୁ ବର୍ତୀ ଯାଇଛନ୍ତି ।କାରରେ ବସିଥିବା ୪ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇ ବିନିକା ମେଡ଼ିକାଲରେ ଚିକିତ୍ସା ହୋଇଥିବା ସୂଚନା ମିଳିଛି।ସୂଚନା ଯୋଗ୍ୟ ଯେ କାରର ମାଲିକ କୁଆଡେ ବିନିକା କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ବୋଲି ଜଣାପଡିଛି ।ତେବେ ଗାଡ଼ିଟିକୁ କୃଷି ଅଧିକାରୀ ଚଳାଉ ଥିଲେ ନା ଆଉ କିଏ ଚଳାଇଥିଲା ତାହା ସ୍ୱଷ୍ଟ ଭାବେ ଜଣା ପଡି ନଥିଲେ ମଧ୍ୟ ନିଜେ କୃଷି ଅଧିକାରୀ ଚଳାଉ ଥିଲେ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି। ଦୁର୍ଘଟଣା ଗାଡ଼ି କୁ ପୋଲିସ ଜବତ କରିଥିବା ବେଳେ ମଦ ପାନ କରି ବେପରୁଆ ଭାବେ ଗାଡ଼ି ଚଲାଇବା ନେଇ ବିନିକା ଥାନା କେସ ନଂ ୧୮୩/୨୦୨୫,ବିଏନଏ ୨୮୧ ଓ ଏମଭି ଆକଟ ୧୮୫ ମାମଲା ରୁଜୁ ହୋଇଛି। ଅନ୍ୟ ପକ୍ଷରେ ଗାଡ଼ି ଚଲାଇବା ବେଳେ ଗାଡ଼ିର ଡ଼୍ରାଇଭର ମାନେ ପରିବହନ ବିଭାଗ ଜାରି କରିଥିବା ନିୟମ ପାଳନ କରିବା ନେଇ ବିଭିନ୍ନ ସମୟରେ ପ୍ରଶାସନିକ ସ୍ତରରେ ସଚେତନତା ଅଭିଯାନ ଚାଲୁ ରହିଛି। କୌଣସି ବ୍ୟକ୍ତି ନିଶା ଦ୍ରବ୍ୟ ହେଉ ଅବା ମଦ ପିଇ ଗାଡ଼ି ଚଲାଇବା ଉପରେ କଟକଣା ରହିଥିବା ଏବଂ ସେହି ବ୍ୟକ୍ତି ଉପରେ କଡା କାର୍ଯ୍ୟାନୁଷ୍ଠାନ ସହିତ ଫାଇନ ବ୍ୟବସ୍ଥା ରହିଥିଲେ ହେଁ ପୋଲିସ ପ୍ରଶାସନ ହେଉ କି ପରିବହନ ବିଭାଗ ଜାଣିଶୁଣି ବଡ଼ବଡ଼ିଆ ଲୋକଙ୍କ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରୁଥିବା ସାଧାରଣରେ ଚର୍ଚା ହେଉଛି। ବିନିକା କୃଷି ଅଧିକାରୀ କୁଆଡେ ପ୍ରାୟ ଦିନ ମାନଙ୍କରେ ମଦ ସେବନ କରୁଥିବା ଏବଂ କୃଷି ସମ୍ବନ୍ଧୀୟ କୌଣସି ଗୁରୁତ୍ୱ ପ୍ରସଙ୍ଗ ଉପରେ ଲୋକେ ବୁଝିବାକୁ ଗଲେ ତାଙ୍କର ଦେଖା ସକ୍ଷାତ ମିଳି ନ ଥାଏ ବୋଲି କେତେକ ଚାଷୀ କୁହାକୁହି ହେଉଛନ୍ତି ।ତେବେ ମଦ ପିଇ କାର ଚଳାଉଥିବା ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande