ଜିଲ୍ଲା ସ୍ତରୀୟ “ଆସ ସ୍କୁଲ୍ ଯିବା” ରାଲି ଓ ସମ୍ମାନ ସମାରୋହ
ଜିଲ୍ଲା ସ୍ତରୀୟ “ଆସ ସ୍କୁଲ୍ ଯିବା” ରାଲି ଓ ସମ୍ମାନ ସମାରୋହ
ଜିଲ୍ଲା ସ୍ତରୀୟ “ଆସ ସ୍କୁଲ୍ ଯିବା” ରାଲି ଓ ସମ୍ମାନ ସମାରୋହ


ସମ୍ବଲପୁର, ୧୩ ସେପ୍ଟେମ୍ବର (ହି.ସ.)- ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ଯରେ ୧୪ ସେପ୍ଟେମ୍ବର ୨୦୨୫ ତାରିଖ ରବିବାର ସକାଳ ୭ଟାରୁ ଜିଲ୍ଲା ସ୍ତରୀୟ “ଆସ ସ୍କୁଲ୍ ଯିବା” ପଦଯାତ୍ରା ଆୟୋଜିତ ହେବାକୁ ଯାଉଛି । ଏହି ପଦଯାତ୍ରା ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍‌ରେ ଠାରେ ଏକ ସମ୍ମାନ ସମାରୋହ ଆୟୋଜନ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଓ ଜିଲ୍ଲାର ପ୍ରମୁଖ ଅତିଥିମାନେ ମଧ୍ୟ ଯୋଗଦେବେ ବୋଲି ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande