କେନ୍ଦ୍ରାପଡ଼ା, ୧୩ ସେପ୍ଟେମ୍ବର(ହି.ସ.) – ଆଜି ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ପରିସରରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ(ଆଲୁମୁନି ଆସୋସିଏସନ୍)ର ସମାବେଶ, କାର୍ଯ୍ୟସୂଚୀ ମୁତାବକ ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଲା। ଉପସ୍ଥିତ ସଭ୍ୟମାନଙ୍କ ଅନୁମୋଦନ କ୍ରମେ ନୂତନ କାର୍ଯ୍ୟକାରୀ କମିଟିରେ ସଭାପତି ଭାବେ ଶାନ୍ତି ସ୍ୱରୂପ ଭୂୟାଁ, ସମ୍ପାଦକ ଭାବରେ ବିଭୂତି ଭୂଷଣ କର, ଉପସଭାପତି ହାଡ଼ିବନ୍ଧୁ ସିଂହ, ସହ ସମ୍ପାଦକ ଅପୂର୍ବ ରଞ୍ଜନ ସେଠୀ, କୋଷାଧ୍ୟକ୍ଷ ଭାବରେ ମମତାମୟୀ ସାମଲଙ୍କୁ ସର୍ବସମ୍ମତିରେ ନିର୍ବାଚିତ କରାଗଲା। ସେହିପରି ସଭ୍ୟ ଭାବରେ କଳିଙ୍ଗ କେଶରୀ ବେହେରା, ପ୍ରଦୀପ କୁମାର ଦାଶ, ନେହେରୁ କୁମାର ସାହୁ, ସୁଶାନ୍ତ କୁମାର ମହାନ୍ତି, ପ୍ରଦ୍ୟୁମ୍ନ ରାଉତ, ନିଶିଥ ଚକ୍ରବର୍ତୀ, ଶକ୍ତିଶ୍ରୀ ଲେଙ୍କା, ପ୍ରତାପ ଚନ୍ଦ୍ର ଦାଶ, ସେଖ ଅଜିମୁଦ୍ଦିନ, ନିହାରିକା ଦାସ ପଟ୍ଟନାୟକଙ୍କୁ ମନୋନୀତ କରାଗଲା। ଉପଦେଷ୍ଠା ମଣ୍ଡଳୀରେ ଭଗବତୀ ପ୍ରସାଦ ଦାସ, କଲେଜର ଅଧ୍ୟକ୍ଷ ରବିନ୍ଦ୍ର ପ୍ରସାଦ ବଳ, ନୃସିଂହ ଚରଣ ରାଉତ, ଧନେଶ୍ୱର ସାହୁ, ଅମ୍ରିତା ମିଶ୍ର, ବିନୋଦ କୁମାର ବେହେରା, ମାତୃଦତ ମହାନ୍ତିଙ୍କୁ ମନୋନୀତ କରାଗଲା। ନୂଆକରି ଦାୟିତ୍ୱ ଗ୍ରହଣ କରିବାକୁ ଥିବା କାର୍ଯ୍ୟକାରୀ କମିଟିର ଶପଥ ଗ୍ରହଣ ଉତ୍ସବ ଆସନ୍ତା ତା୨୬/୦୯/୨୦୨୫କୁ ସ୍ଥିର କରାଗଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି