ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ନିଳମ୍ବିତ : ନିକଟରେ ହୋଇଥିଲେ ବଦଳି
ଧର୍ମଶାଳା,୧୩ସେପ୍ଟେମ୍ବର(ହି.ସ.) - ଚଳିତ ମାସ ୮ ତାରଖ ଦିନ ବିଳମ୍ବିତ ରାତିରେ ଅଚାନକ ଯାଜପୁର ଜିଲା ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ତେବେ ଆଜି ତାଙ୍କୁ ନିଳମ୍ବିତ କରାଯାଇଥିବା ଜଣାପଡିଛି । କାର୍ଯ୍ୟରେ ଅବହେଳା,ଜନସାଧାରଣଙ୍କୁ ଧମକ ଦେବା ଓ କ
ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ନିଳମ୍ବିତ : ନିକଟରେ ହୋଇଥିଲେ ବଦଳି


ଧର୍ମଶାଳା,୧୩ସେପ୍ଟେମ୍ବର(ହି.ସ.) - ଚଳିତ ମାସ ୮ ତାରଖ ଦିନ ବିଳମ୍ବିତ ରାତିରେ ଅଚାନକ ଯାଜପୁର ଜିଲା ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ତେବେ ଆଜି ତାଙ୍କୁ ନିଳମ୍ବିତ କରାଯାଇଥିବା ଜଣାପଡିଛି । କାର୍ଯ୍ୟରେ ଅବହେଳା,ଜନସାଧାରଣଙ୍କୁ ଧମକ ଦେବା ଓ କ୍ଷମତା ଅପବ୍ୟବହାର ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୩୨ା୫ରେ ନିଳମ୍ବିତ କରାଯାଇଥିବା ଜଣାପଡିଛି ।

ସୂଚନା ଥାଉକି,ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ଯୋଗ ଦେବାର ୪ମାସ ଭିତରେ ୧୧ଟି ବେଆଇନ ଗୋଚାଲାଣ କରୁଥିବା ଗାଡିକୁ ଜବତ କରିବାରେ ଯାଜପୁର ଜିଲାରେ ବଡ ସଫଳତା ପାଇଥିଲେ । ଅନ୍ୟପକ୍ଷେ ବାଲିଚନ୍ଦ୍ରପୁର ଥାନା ଅଂଚଳରୁ ଏଭଳି ବେଆଇନ ଗୋଚାଲାଣ ହେଉଥିବା ଖବର ନ ଥିବା ବେଳେ ବଡଚଣା ଥାନା ଅଂଚଳରୁ ଗାଡି ଜବତ ଘଟଣାକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକି ଅନ୍ୟ ଥାନାର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥାନା ଅଧିକାରିଣୀ ଏଭଳି ବେଆଇନ ଗୋଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ତାଙ୍କ ବିରୋଧରେ ଗୋମାଫିଆ ଓ ଦଲାଲମାନେ ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଏଠାରୁ ବଦଳି ପାଇଁ ଲାଗି ପଡିଥିଲେ । ରାଜନୈତିକ ଚାପରେ ତାଙ୍କୁ ବଦଳି କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ଓ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା ବଦଳି ଘଟଣାକୁ ବିରୋଧ ପ୍ରଦର୍ଶନ କରିବା ସହ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଯରେ ତାଙ୍କ ବଦଳି ବାତିଲ କରିବାକୁ ଦାବି କରିଥିଲେ । ପ୍ରଶଂସା ସାଉଁଟି ଚର୍ଚ୍ଚାରେ ରହିବା କାରଣରୁ ତାଙ୍କୁ ଆଜି ନିଳମ୍ବିତ କରାଯାଇଥିବା ନେଇ ଅଂଚଳବାସୀ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande