ବ୍ରାହ୍ମଣୀରେ ଏକ ବଡ଼ଧରଣର ବନ୍ୟା ହେବା ନେଇ ଆକଳନ
ଧର୍ମଶାଳା, ୧୩ ସେପ୍ଟେମ୍ବର(ହି.ସ.) – ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ନଦୀରେ ଆଗକୁ ଏକ ବଡ଼ଧରଣର ବନ୍ୟା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏବେ ସେପ୍ଟେ୍ଟମ୍ବର ମାସ ଚାଲିଥିବାବେଳେ ପୁର୍ବପେକ୍ଷା ବର୍ଷାର ପରିମାଣ ଧିରେ ଧିରେ କମିବାରେ ଲାଗିଛି। ହେଲେ ଯେକୌଣସି ସମୟରେ ଲଘୁଚାପ ଜନିତ ବର୍ଷା ବ
ବ୍ରାହ୍ମଣୀରେ ଏକ ବଡ଼ଧରଣର ବନ୍ୟା ହେବା ନେଇ ଆକଳନ


ଧର୍ମଶାଳା, ୧୩ ସେପ୍ଟେମ୍ବର(ହି.ସ.) – ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ନଦୀରେ ଆଗକୁ ଏକ ବଡ଼ଧରଣର ବନ୍ୟା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏବେ ସେପ୍ଟେ୍ଟମ୍ବର ମାସ ଚାଲିଥିବାବେଳେ ପୁର୍ବପେକ୍ଷା ବର୍ଷାର ପରିମାଣ ଧିରେ ଧିରେ କମିବାରେ ଲାଗିଛି। ହେଲେ ଯେକୌଣସି ସମୟରେ ଲଘୁଚାପ ଜନିତ ବର୍ଷା ବିତ୍ପାତ ଆଣି ପାରେ ବୋଲି ଆକଳନ କରାଯାଇଛି। ବର୍ତମାନ ସମୟରେ ରେଙ୍ଗାଲି ଡ୍ୟାମର ସମସ୍ତ ଗେଟ ବନ୍ଦ ରହିଥିବା ବେଳେ ଡ୍ୟାମରୁ ବନ୍ୟାଜଳ ନିଷ୍କାସନକୁ ରୋକାଯାଇଛି। ହେଲେ ଡ୍ୟାମର ଜଳପତନ ଦିନକୁ ଦିନ ବଢ଼ିବାରେ ଲାଗିଛି। ରେଙ୍ଗାଲିର ସର୍ବୋଚ୍ଚ ଜଳଧାରଣ କ୍ଷମତା ୨୩.୫୦ ମିଟର ରହିଥିବାବେଳେ ଆଜି ଜଳପତନ ୨୨.୯୦ ମିଟର ରହିଛି। ତେବେ ଏହା ଧିରେ ଧିରେ ବଢ଼ିବାରେ ଲାଗିଛି। ଗତବର୍ଷ ଆଜିର ଦିନରେ ଡ୍ୟାମରେ ୧୨୧.୧୦ ମିଟର ଜଳପତନ ରହିଥିଲା। ଗତ ବର୍ଷପେକ୍ଷା ରେଙ୍ଗାଲିରେ ପାଖାପାଖି ୨ ମିଟର ଅଧିକ ବନ୍ୟାଜଳ ରହିଛି। ଏବେ ଶୁଖିଲା ପାଗରେ ଡ୍ୟାମରୁ ଜଳନିଷ୍କାସନ ନକରାଯାଇ ଛାଡି ଦିଆଯିବା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜିବୀ ମହଲରେ ଅଲୋଚନା ହେଉଛି। ଏଭଳି ସ୍ଥଳରେ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ଗୋଟିଏ କିମ୍ବା ଦୁଇଟି ଗେଟ ଖୋଲିବା ଜରୁରି ହୋପଡିଛି। ଜଳସେଚନ ବିଭାଗ ଏହାକୁ ଅଣ ଦେଖା କଲେ ନଦୀ କୁଳିଆଲୋକେ ଆଗକୁ ଦୁରର୍ଦ୍ଦଶା ଭୋଗିବା ଥୟ ବୋଲି ଆକଳନ କରାଯାଇଛି। ଏଭଳି ଅବସ୍ଥାରେ ଆଗକୁ ଯଦି ବଡଧରଣର ଲଘୁଚାପ ହୁଏ ଏବଂ ବନ୍ୟା ଆସେ ତେବେ ଜଳସେଚନ ବିଭାଗର ଉଚ୍ଚ କତୃପକ୍ଷ ଏଥିଲାଗି ଦାୟି ରହିବେ ବୋଲି ନଦୀ କୁଳିଆ ବାସିନ୍ଦା ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande