ଧାମନଗର ଅଧୀନରେ ୩ ଟି ପୁଲିସ ଫାଣ୍ଡି ସ୍ଥାପନ ପାଇଁ ଦାବି
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି। ଛୋଟ ବଡ ଚୋରି ସହିତ ରାହାଜାନୀ, ନିଶା ବେପାର, ଗଣ୍ଡଗୋଳ ଓ ରାଜନୈତିକ ବିବାଦ ଏବେ ବଢୁଥିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରିକି ଧାମନଗର ଥାନ
ଧାମନଗର ଅଧୀନରେ ୩ ଟି ପୁଲିସ ଫାଣ୍ଡି ସ୍ଥାପନ ପାଇଁ ଦାବି


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି। ଛୋଟ ବଡ ଚୋରି ସହିତ ରାହାଜାନୀ, ନିଶା ବେପାର, ଗଣ୍ଡଗୋଳ ଓ ରାଜନୈତିକ ବିବାଦ ଏବେ ବଢୁଥିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରିକି ଧାମନଗର ଥାନା ଅଧୀନରେ ଭୌଗଳିକ ସ୍ଥିତି ଅନୁସାରରେ ଜାତୀୟ ରାଜପଥ ସହିତ ବହୁ ଅଂଚଳ ରହୁଥିବାରୁ ସବୁ ସ୍ଥାନରେ ପୁଲିସ ପହଂଚିବା ସମ୍ଭବପର ହେଉନାହିଁ।ଫଳରେ ଆଇନି ଶ୍ରୁଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡୁଚି।ଧାମନଗର ଥାନା ଠାରୁ ପ୍ରାୟ ୧୨ କିଲୋମିଟର ୧୬ ନମ୍ୱର୍ ଜାତୀୟ ରାଜ ପଥ ର ବାରିକପୁର ସେଠାରେ ପୁରା ଜନ ଗହଳି ବିଭିନ୍ନ ସମୟରେ ଚୋରି ରାହା ଜାନି ଘଟୁଛି ତେଣୁ ବାରିକପୁର ଠାରେ ଏକ ପୋଲିସ ଫାଣ୍ଡି କରା ଗଲେ ଅପରାଧ ରୋକା ଯାଇପାରନ୍ତା।ସେହି ପରି ଧାମନଗର - ସେଣ୍ଡପୁର ରାସ୍ତାର ଖଡିପଦା ଠାରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି। ବିଶେଷ କରି ଦୋବଲ ଜୋନର ପଧାନୀ, ସୋହଡା, କରଦା, ଦଳାଙ୍ଗ, ଦିହୁଡି ଆନନ୍ଦପୁର, ଖଡିପଦା, ଦୋବଲ ଓ ମୁସ୍ତାଫାପୁର ଆଦି ପଂଚାୟତ ରହିଛି। ସେଥିମଧ୍ୟରୁ ପଧାନୀ, ସୋହଡା ଓ ଦିହୁଡି ଆନନ୍ଦପୁର ପଂଚାୟତ ଯାଜପୁର ଜିଲାର ସୀମାନ୍ତ ଅଂଚଳ। ଯାଜପୁର ସହିତ ଭଦ୍ରକ ଜିଲା କୁ ଏହି ରାସ୍ତା ଦେଇ ଦୈନିକ ଶହଶହ ଲୋକ ଆତଯାତ କରୁଛନ୍ତି। ଅସାମାଜିକ ଯୁବକ ମାନେ ଫାଙ୍କା ଓ ଏକା ଦେଖି ସେମାନଙ୍କ ଠାରୁ ଲୁଟ କରିବାରେ ସଫଳ ହେଉଛନ୍ତି। ଦୁର୍ବୁତ ମାନେ ଅପରାଧ ଘଟାଇ ଖସି ଯିବାରେ ବେଶ ସଫଳ ହେଉଛନ୍ତି। ଲୁଟେରା ଓ ଚୋର ମାନେ ଧାମନଗର ଅଂଚଳରେ ଅପରାଧ ଫେରାର ହେଉଛନ୍ତି। ଧାମନଗର ରୁ ଘଟଣା ସ୍ଥଳରେ ପୁଲିସ ପହଂଚିବା ପୂର୍ବରୁ ଦୁର୍ବୁତମାନେ ଖସି ପଳାଇବାରେ ସଫଳ ହେଉଛନ୍ତି। ଫଳରେ ସେମାନଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ରାଜନୈତିକ ଦୃଷ୍ଟିକୋଣରୁ ଦୋବଲ ଜୋନ ଉତେଜନ ପ୍ରବଣ ଅଂଚଳ। ଅଧିକାଂଶ ସମୟରେ ରାଜନୈତିକ ବାଦବିବାଦ, ଗଣ୍ଡଗୋଳ ଏବଂ ଗାଁ ଗାଁରେ ରାଜନୈତିକ ଛକାପଞ୍ଝା ଯୋଗୁଁ ଗାଁ ଗୁଡିକ ଅଶାନ୍ତ ହୋଇ ପଡୁଛି। ଥାନା ଠାରୁ ୨୦/୨୨ କିମି ଦୂରରେ ଅବସ୍ଥିତ। ଯଦି ପୁଲିସ ପାଟ୍ରୋଲିଂ ଗାଡି ଜାତୀୟ ରାଜପଥ ଆଡକୁ ଯାଇଛି ସେହି ସମୟରେ ଏସବୁ ଅଂଚଳରେ କୌଣସି ଘଟଣା ଘଟିଲା ତେବେ ସେଠାରୁ ପୁଲିସ ଆସି ପହଂଚିବା ବେଳକୁ ଘଂଟା ଘଂଟା ସମୟ ଲାଗୁଛି। ସେଥିପାଇଁ ଖଡିପଦା ରେ ପୁଲିସ ଫାଣ୍ଡି ହେଲେ ଅପରାଧ ନିୟନ୍ତ୍ରଣ ହେବା ସହ ଲୋକମାନେ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ସେହିପରି ସହିଦିନଗର ଠାରେ ଏକ ପୋଲିସ ଫାଣ୍ଡି କରାଗଲେ ଲୋକ ମାନେ ଶୀଘ୍ର ମଧ୍ୟ ନ୍ୟାୟ ପାଇ ପାରନ୍ତେ । କାରଣ ଉକ୍ତ ଅଂଚଳ ଅନେକ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଣୁ ରାଜ୍ୟ ସରକାର ଓ ପୁଲିସ ପଦସ୍ଥ ଅଧିକାରୀ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande