ଧର୍ମଶାଳା,୧୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଜେନାପୁର ଥାନା ଅଧିନରେ ଅମାନୁଷିକ ଘଟଣା । ଗୋଟେ ଗୋ ମାତା ଉପରେ ଜାଣି ଶୁଣି ଡ୍ରାଇଭର ଗାଡି ଚଢାଇ ଦେବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ମିଳିଥିବା ସୂଚନା ମୁତାବକ, ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଜଣେ ଡ୍ରାଇଭର ଜାଣିଶୁଣି ରାସ୍ତା ଉପରେ ଶୋଇଥିବା ଏକ ଗୋମାତା ଉପରେ ଚଢାଇ ଦେଇଥିଲେ । ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଡ୍ରାଇଭର ଜଣକ ସ୍ଥାନୀୟ ଅଂଚଳର ରାମ ସାହୁ ବୋଲି ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ