ଧର୍ମଶାଳା,୧୩ସେପ୍ଟେମ୍ବର(ହି.ସ.) - ଆଜି ଯାଜପୁର ଜିଲା ଧର୍ମଶାଳା ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ଛପର ଘର କାନ୍ଥ ଭୁଷୁଡି ପଡିଥିବା ଦେଖିବାକୁ ମିଳିଛି । ଏଭଳି ଅବାଭବନୀୟ ଘଟଣା ଦେଖିବାକୁ ମିଲିଛି ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତସ୍ଥ ରଗଡିପଶି ଗ୍ରାମରେ । ଏହି ଗ୍ରାମର ରସାନନ୍ଦ ବେହେରାଙ୍କ ଘର ଭୁଷୁ ପଡିଥିବା ବେଳେ ରସାନନ୍ଦ ଓ ପୁଅ କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ । ଫଳରେ ଚଢେଇଧରା ଅଗ୍ଦୀଶମ ବାହିନୀ ଓ ଅଂଶୁମାନ ଟ୍ରଷ୍ଟର କର୍ମକର୍ତା ଖବର ପାଇ ଘଟଣାସ୍ଥଳରେ ପଂହଚି ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ରସାନନ୍ଦଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ