ମହେଶ୍ୱରପୁର ପଂଚାୟତରେ କିଶୋରୀ ବାଳିକା ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଧର୍ମଶାଳା,୧୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତସ୍ଥ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ କିଶୋରୀ ବାଳିକା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକ ଅଂଚଳ ପରିଦର୍ଶୀକା ମିନାକ୍ଷୀ ଦାସ ଓ ଶିଶୁ ଅ
ମହେଶ୍ୱରପୁର ପଂଚାୟତରେ କିଶୋରୀ ବାଳିକା ଦକ୍ଷତା ବିକାଶ କାର୍ଯ୍ୟକ୍ରମ


ଧର୍ମଶାଳା,୧୩ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତସ୍ଥ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ କିଶୋରୀ ବାଳିକା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକ ଅଂଚଳ ପରିଦର୍ଶୀକା ମିନାକ୍ଷୀ ଦାସ ଓ ଶିଶୁ ଅଧିକାର କର୍ମୀ ମଂଟୁ ଦାସ ପ୍ରମୁଖ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କର ଦକ୍ଷତା ବିକାଶ ଓ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ଥାନୀୟ ୬ଗୋଟି ଅଙ୍ଗନବାଡି କେନ୍ଦ୍ରର ପରିଚାଳିକା/ସାହାୟିକା ଓ ଶତାଧିକ କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ରହିଥିଲେ । ଦିନକୁ ଦିନ ଜିଲାରେ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ପୂର୍ବରୁ ବହୁବାର ଜନସାଧାରଣଙ୍କୁ ସଚେତନ କରା ଯାଉଥିଲେ ମଧ୍ୟ ଏଥିରେ ରୋକ ନ ଲାଗିବାରୁ କିଶୋରୀ ବାଳିକା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗଜନବାଡି କର୍ମୀ ଓ କିଶୋରୀମାନଙ୍କୁ ସାମିଲ କରାଯାଇ ସେମାନଙ୍କୁ ସଚେତନ କରାଯାଉଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ସମାଜିକ କର୍ମୀ ମଂଟୁ ଦାସ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande