କୋଲକାତା (କଲ୍ୟାଣୀ) ବିଧାୟକ ଧାମରା ପରିଦର୍ଶନ କରିବା ସହ ବଙ୍ଗୀୟ ଭାଷାଭାଷୀ ଲୋକଙ୍କ ହାନିଲାଭ ବୁଝିଲେ
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ସରକାରଙ୍କ ନିର୍ଦେଶରେ ପଶ୍ଚିମ ବଙ୍ଗ ବିଧାୟକ ଧାମରା ଆସି ଏହି ଅଂଚଳରେ ରହୁଥିବା ବଙ୍ଗୀୟ ଭାଷାଭାଷି ଲୋକଙ୍କ ସହ ଭାବ ଆଦାନ ପ୍ରଦାନ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ପଶ୍ଚିମ ବଙ୍ଗ କଲ୍ୟାଣୀ ବିଧାନସଭା ଆସନର ବିଜେପି ବିଧାୟକ ଅମ୍ବିକା ରାୟ ଆଜି ଧାମରା
କୋଲକାତା (କଲ୍ୟାଣୀ) ବିଧାୟକ ଧାମରା ପରିଦର୍ଶନ କରିବା ସହ ବଙ୍ଗୀୟ ଭାଷାଭାଷୀ ଲୋକଙ୍କ ହାନିଲାଭ ବୁଝିଲେ


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ସରକାରଙ୍କ ନିର୍ଦେଶରେ ପଶ୍ଚିମ ବଙ୍ଗ ବିଧାୟକ ଧାମରା ଆସି ଏହି ଅଂଚଳରେ ରହୁଥିବା ବଙ୍ଗୀୟ ଭାଷାଭାଷି ଲୋକଙ୍କ ସହ ଭାବ ଆଦାନ ପ୍ରଦାନ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ପଶ୍ଚିମ ବଙ୍ଗ କଲ୍ୟାଣୀ ବିଧାନସଭା ଆସନର ବିଜେପି ବିଧାୟକ ଅମ୍ବିକା ରାୟ ଆଜି ଧାମରାରେ ଅପରାହ୍ଣ ୪ଟା ପହଂଚିଥିଲେ।ଏଠାରେ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ଅତୁଲା ଜାନା ପ୍ରମୁଖ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ପରେ ସେ ଧାମରାରେ ମା ଧାମରାଇଙ୍କ ମନ୍ଦିରରେ ପୂଜାର୍ଚନା କରିବା ପରେ ଧାମରା ବନ୍ଦର ସଲଗ୍ନ ଦୋସିଙ୍ଗା ପଂଚାୟତର ସମସ୍ତ ଅଂଚଳ ବୁଲିବାକୁ ଯାଇଥିଲେ। ଏହି ଅଂଚଳର ବହୁ ବଙ୍ଗୀୟ ଭାଷାଭାଷୀ ଲୋକ ରହୁଥିବା ବେଳେ ସେମାନଙ୍କ ସହ ମିଶିଥିଲେ। ଧାମରା ଅଂଚଳରେ ସ୍ୱାଧୀନତା ପୂର୍ବରୁ ହଜାର ହଜାର ସଂଖ୍ୟାରେ ବଙ୍ଗୀୟ ଭାଷାଭାଷୀର ଲୋକ ରହିବା ସହ ଏହି ଅଂଚଳର ସ୍ଥାୟୀ ବାସିନ୍ଦା ମଧ୍ୟ ହୋଇ ରହିଛନ୍ତି। ଦୀର୍ଘ ବର୍ଷ ଧରି ସେମାନେ ରହି ଆସୁଥିଲେ ମଧ୍ୟ ଓଡିଆ ଲୋକଙ୍କ ସହ ସେମାନେ ମିଳିମିଶି ଚଳିବା ସହ କୌଣସି ପରିସ୍ଥିତିରେ ସେମାନଙ୍କ ମଧ୍ୟରେ କୌଣସି ମତପାର୍ଥକ୍ୟ ମଧ୍ୟ ଦେଖା ଦେଇ ନଥିବା କଥା ସେମାନେ ସଂପୃକ୍ତ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମବଙ୍ଗ ଏବଂ ଓଡିଶା ଲୋକଙ୍କ ମଧ୍ୟରେ ଭାଷାର କେବଳ ପରିବର୍ତନ ଥିବା ବେଳେ ସେମାନେ ଆଜି ପର୍ଯ୍ୟନ୍ତ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ସଦୃଶ ହୋଇ ଚଳି ଆସୁଛନ୍ତି ବୋଲି କଲ୍ୟାଣୀ ବିଧାୟକଅମ୍ବିକା ରାୟ ନିଜ ମତ ରଖିଥିଲେ। ସେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ନିର୍ଦେଶ ରେ ନିଜ ଅଂଚଳର ସାଧାରଣ ଜନତା କିପରି ସ୍ଥିତିରେ ଓଡିଶା ରେ ଅଛନ୍ତି ସେ ବିଷୟରେ ଅନୁଧ୍ୟାନ କରିବାକୁ ଆସିଥିଲେ ଏବଂ ସେ ଆଜି ଯେଉଁ ଅଂଚଳର ସବୁ ପରିଦର୍ଶନ କରି ନିଜର ସମୟ ଅତିବାହିତ କରିବା ସହ ଜନତା ଙ୍କ ନିଜର ଭାବ ଆଦାନପ୍ରଦାନ କରିଛନ୍ତି କୌଣସି ଠାରେ କିଛି ଅଭିଯୋଗ ତାଙ୍କର ହସ୍ତଗତ ହୋଇ ନଥିବା ଜଣାଯାଇଛି।ଆଜିର ଏହି ଭାବ ଆଦାନ ପ୍ରଦାନ ସମୟରେ ଧାମରାଇ ମଣ୍ଡଳର ପୂର୍ବତନ ସଭାପତି ଦେବେନ୍ଦ୍ର ନାୟକ, ଯୁବନେତା ଅତୁଲ ଜାନା, ପୂର୍ଣେନ୍ଦୁ ପଣ୍ଡା, ମାନସ ଜେନାଙ୍କ ସମେତ ବହୁ ଅଂଚଳବାସୀ ଆଗ୍ରହର ସହ ସଂପୃକ୍ତ ବିଧାୟକଙ୍କ ସହ ମିଶିବା ସହ ଭାବର ଆଦାନ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande